ଜିସୁ ଜିରୁସାଲାମ୍ ଜିତିକରି ଜିବାଟା
28 ଜିସୁ ଏ ସବୁ କାତା କଇସାରାଇ ସିସ୍ମନର୍ ଆଗ୍ତୁ ଆଗ୍ତୁ ଜିରୁସାଲାମ୍ ବାଟେ ଗାଲା । 29 ଜେଡେବଲ୍ ଜିସୁ ଆରି ତାର୍ ସିସ୍ମନ୍ ଜିତ୍ଗଚ୍ମନ୍ ରଇଲା ଡଙ୍ଗର୍ ପାଲି ଆରି ବେତ୍ପାଗି ଆରି ବେତ୍ନିଆ ଗଡେ କେଟ୍ଲାଇ, ସେ ସିସ୍ମନର୍ ବିତ୍ରେ ଅନି ଦୁଇ ଲକ୍କେ, ସେମନ୍ ଜିବା ଆଗ୍ତୁ ଏନ୍ତାରି କଇପାଟାଇଲା । 30 ତମର୍ ମୁଆଟେ ରଇବା ଗାଏଁ ଜାଆ । ସେ ଗାଏଁ ଗାଲେ, କେ କେବେ ମିସା ଚଗିନରଇବା ଗଦପିଲା ବାନ୍ଦିଅଇରଇଲାଟା ଦେକ୍ସା । ତାକେ ମେଲି ଦାରିଆସା । 31 ଜେ ଜଦି ତମ୍କେ "କାଇକେ ମେଲି ନେଲାସ୍ନି ?" ବଲି କଇଲେ "ଏଟା ଗୁରୁକେ ଦର୍କାର୍ ଆଚେ ବଲି କୁଆ ।"
32 ପଚେ ସିସ୍ମନ୍ ସେ ଗାଏଁ ଜାଇ, ଜିସୁ ଜେନ୍ତି କଇରଇଲା ସେନ୍ତି ଦେକ୍ଲାଇ । 33 ଆରି ସେମନ୍ ସେ ଗଦପିଲାକେ ମେଲ୍ବାବେଲେ ଗଦ ପିଲାର୍ ସାଉକାର୍ ସେମନ୍କେ ପାଚାର୍ଲା, "କାଇକେ ଗଦପିଲାକେ ମେଲ୍ଲାସ୍ନି ?"
34 ସିସ୍ମନ୍ କଇଲାଇ, "ଏ ଗଦପିଲା ଗୁରୁକେ ଦର୍କାର୍ ଆଚେ ।" 35 ସିସ୍ମନ୍ ଗଦ ପିଲାକେ ଜିସୁର୍ ଲଗେ ଆନି ନିଜର୍ ନିଜର୍ ଲୁଗା ଗଦର୍ ଉପ୍ରେ ଡାବି ଜିସୁକେ ତାର୍ ଉପ୍ରେ ବସାଇଲାଇ । 36 ଆରି ଜିସୁ ଗାଲା ବାଟେ ଲକ୍ମନ୍ ନିଜର୍ ନିଜର୍ ପଚିଆମନ୍ ଅଚାଇ ଦେଲାଇ ।
37 ଜିସୁ ଜେଡେବଲ୍ ଜିତ୍ଗଚ୍ମନ୍ ରଇଲା ଗଡ୍ଗଡା ଜାଗା ଲଗେ କେଟ୍ଲା, ସେବେଲା ତେଇ ରଇଲା ତାର୍ ଜେତ୍କି ସିସ୍ ମାନ୍ଦା ସେ କରିରଇଲା କାବାଅଇଜିବା କାମ୍ ଏତାଇ, ସାର୍ଦାଅଇ ଆଉଲିଅଇକରି ପର୍ମେସର୍କେ ଜୁଆର୍ କରି କଇଲାଇ, 38 "ପର୍ମେସରର୍ ନାଉଁ ନେଇକରି ଜନ୍ ରାଜା ଆଇଲାନି ତାକେ ସେ ଆସିର୍ବାଦ୍ କର । ସର୍ଗେ ସାନ୍ତି ଅ, ଆରି ସବୁର୍ଟାନେ ଅନି ବଡ୍ ପର୍ମେସରର୍ ମଇମା ଅ ।"
39 ସେ ସିସ୍ ମାନ୍ଦାର୍ ବିତ୍ରେ କେତେଟା ପାରୁସିମନ୍ ଜିସୁକେ କଇଲାଇ, "ଏ ଗୁରୁ ତର୍ସଙ୍ଗ୍ ଆଇବା ସିସ୍ମନ୍କେ ଚିମ୍ରାଅଇ ରଇବାକେ କଅ ।"
40 ମାତର୍ ଜିସୁ ସେମନ୍କେ କଇଲା, "ମୁଇ ତମ୍କେ କଇଲିନି, ଏ ଲକ୍ମନ୍ ଚିମ୍ରାଅଇ ରଇଲେ ପାକ୍ନାମନ୍ ତାକର୍ ନିଜେ ନିଜେ ଆଉଲି ଅଇବାଇ ।"