4 ଆରି ଜସେପ୍ ମିସା ନାଉଁ ଲେକାଇବାକେ ମରିୟମର୍ ସଙ୍ଗ୍ ଗାଲିଲି ରାଇଜର୍ ନାଜରିତ୍ ନାଉଁର୍ ଗଟେକ୍ ନଅରେ ଅନି ଜିଉଦା ରାଇଜର୍ ବେତ୍ଲିଇମ୍ ବଲି ଦାଉଦ୍ ରାଜାର୍ ଜନମ୍ ନଅରେ ଗାଲାଇ । କାଇକେବଇଲେ, ଜସେପ୍ ଦାଉଦ୍ ବଁସର୍ ଆରି ସେ କୁଟୁମର୍ ଲକ୍ ରଇଲା । 5 ତାର୍ସଙ୍ଗ୍ ମରିୟମର୍ ବିବା ମାଙ୍ଗ୍ନି ଅଇରଇଲା, ଆରି ମରିୟମ୍ ଗାଗ୍ଡେ ଅଇରଇଲା । 6 ଜସେପ୍ ଆରି ମରିୟମ୍ ବେତ୍ଲିଇମେ ରଇଲାବେଲେ, ମରିୟମର୍ ଆତ୍ଗଡ୍ ସୁକ୍ ଅଇବା ଦିନ୍ କେଟି ଆଇଲା । 7 ଆରି ମରିୟମ୍ ତାର୍ ପଣୁଆ ପିଲାକେ ତେଇ ଜନମ୍ଦେଲା, ଆରି ତାକେ ଲୁଗାସଙ୍ଗ୍ ଗୁଡିଆଇକରି ଗରୁସାଲର୍ ଡଙ୍ଗାକୁଣ୍ଡେ ଡୁଲାଇରଇଲା, କାଇକେବଇଲେ ସେମନ୍କେ ରଇବାପାଇ ବାସାଗରେ ଟାନ୍ ନ ରଇଲା ।