61 ସେବେଲେ ଜିସୁମାପ୍ରୁ ପିତର୍କେ ପାସ୍ଲି ନିମାନ୍ କରି ଦେକ୍ଲା । ଜିସୁ ଆଗ୍ତୁ କଇଲା କାତା ସେ ଏତାଇଲା । ସେ ତାକେ କଇରଇଲା ତୁଇ ମକେ ଆଜି କୁକ୍ଡା ଡାକ୍ବା ଆଗ୍ତୁ ତିନ୍ତର୍ ନାଜାନି, ବଲି କଇସୁ । 62 ସେଟାର୍ପାଇଁ ପିତର୍ ସେଟା ଏତାଇ, ଦୁକ୍ ଅଇ ଡାଣ୍ଡେଅନି ବିନେ ଜାଇ ବେସି କାନ୍ଦ୍ଲା ।