24 ତାର୍ ପଚେ ପିଲାତ୍ ଲକ୍ମନର୍ ଜାଇଟା କର୍ବାକେ ମନ୍ କଲାଇ, ସେ ଇସାବେ ଜିସୁକେ ମରନର୍ ଡଣ୍ଡ୍ ଦେବାକେ ରାଜି ଅଇଲା । 25 ପଚେ ପିଲାତ୍ ଲକ୍ମନର୍ କଇବା ଇସାବେ, ବାର୍ବା ନାଉଁର୍ ଲକ୍ ଜେ କି, ଆଗ୍ତୁ ଗଟେକ୍ ଲକ୍କେ ମରାଇରଇଲା ଆରି ସର୍କାରର୍ ବିରୁଦେ ବୁଲ୍କାମ୍ କରି ବନ୍ଦି ଅଇରଇଲା, ତାକେ ମୁକ୍ଲାଇଲା । ଜିସୁକେ ତାକର୍ ମନ୍କଲା ଇସାବେ ଡଣ୍ଡ୍ ଦେବାକେ ସର୍ପିଦେଲା ।