33 ଆରି ସେମନ୍ କପ୍ରି ନାଉଁର୍ ଗଟେକ୍ ଜାଗାଇ କେଟିକରି ଜିସୁକେ ଆରି ଚର୍ମନ୍କେ, ତାର୍ ଡେବ୍ରି ବାଟେ ଗଟେକ୍ ଲକ୍କେ ଆରି ଉଜାବାଟେ ଗଟେକ୍ ଲକ୍କେ ଆତେ, ପାଦେ କୁଟିମାରି ଟେକିଦେଲାଇ । 34 ସେବେଲା ଜିସୁ କଇଲା, "ଏ ବାବା ଏମନ୍କେ କେମା କରିଦିଆସ୍, କାଇକେ ବଇଲେ ଏମନ୍ କାଇଟା କଲାଇନି ସେଟା ନାଜାନତ୍ ।" ସେମନ୍ ଜିସୁର୍ ପଚିଆ ନେଇ କାକେ ମିଲ୍ସି ବଲି କେଡ୍ ପୁଟାଇଲାଇ । 35 ସବୁ ଲକ୍ମନ୍ ଟିଆଅଇ ଦେକ୍ବାବେଲେ ଜିଉଦି ନେତାମନ୍ ଜିସୁକେ କିଜାଇକରି ଆଁସ୍ଲାଇ ଆରି କଇଲାଇ "ସେ ବିନ୍ଲକ୍ମନ୍କେ ରକିଆ କଲା, ଜଦି ତୁଇ ପର୍ମେସର୍ ବାଚିପାଟାଇଲା କିରିସ୍ଟ ବଇଲେ ନିଜ୍କେ ରକିଆ କର ।"
36 ଆରି ସନିଅମନ୍ ଜିସୁର୍ ଲଗେ ଆସିକରି ତାକେ ଗନ୍ଦ୍ବା ରସ୍ ଦେଇ କିଜାଇକରି କଇଲାଇ, । 37 "ତୁଇ ଜଦି ଜିଉଦି ଲକ୍ମନର୍ ରାଜା, ନିଜ୍କେ ରକିଆ କର୍ ।"
38 ଆରି ତାର୍ କୁର୍ସର୍ ଟିପେ ଏଟା ଜିଉଦିମନର୍ ରାଜା, ବଲି ଲେକି ଅଲାଇଦେଲାଇ ।
39 ତେଇ ବଡ୍ ବୁଲ୍ କରି କୁର୍ସେ ଚଗାଇଅଇରଇବା ଗଟେକ୍ ଲକ୍ ଜିସୁକେ ନିନ୍ଦା କରି କଇଲା, "ତୁଇ ଜଦି ପର୍ମେସର ବାଚି ପାଟାଇଲା କିରିସ୍ଟ ରାଜା ଜିସୁ ବଇଲେ, ନିଜ୍କେ ରକିଆ କରି ଆମ୍କେ ମିସା ରକିଆ କର୍ ।" 40 ମାତର୍ ଆରି ଗଟେକ୍ ଲକ୍ ତାକେ ଦମ୍କାଇ କରି କଇଲା, "ତୁଇ କାଇ ପର୍ମେସର୍କେ ଡରୁସ୍ ନାଇ କି ? ତୁଇ ମିସା ତାର୍ପାରା ସମାନ୍ ଡଣ୍ଡ୍ ପାଇଲୁସ୍ନି କି ନାଇ ? 41 ଆରି ଆମେ ବୁଲ୍କରି ନିୟମ୍ ଇସାବେ ଡଣ୍ଡ୍ ପାଇଲୁନି । ମାତର୍ ସେତା କାଇ ବୁଲ୍ କରେ ନାଇ ।" 42 ଆରି ସେ ଜିସୁକେ, "ଏ ଜିସୁ, ତୁଇ ନିଜର୍ ରାଇଜେ ରାଜା ଅଇ ଆଇଲେ ମକେ ଏତାଆ ।"
43 ଜିସୁ ତାକେ କଇଲା, "ମୁଇ ତକେ ସତ୍ କଇଲିନି, ଆଜିସେ ତୁଇ ମର୍ସଙ୍ଗ୍ ପାରଦେସେ ରଇସୁ ।"