ଆତ୍ ସୁକିଜାଇରଇଲା ଲକ୍ ନିକ ଅଇଲା
6 ଆରି ଜିସୁ ବିନ୍ ଗଟେକ୍ ବିସ୍ରାମ୍ବାରେ, ଜିଉଦି ଲକ୍ମନର୍ ପାର୍ତନା ଗରେ ଜାଇକରି ସିକାଇତେରଇଲା । ତେଇ ଗଟେକ୍ ଲକ୍ ରଇଲା । ତାର୍ ଉଜା ଆତ୍ ସୁକିଜାଇରଇଲା । 7 ଆରି ଜିସୁ ବିସ୍ରାମ୍ବାରେ ମିସା କେ ଜାନେ ନିକ କର୍ସି, ଏଟା ଦେକୁ ବଲି ପାରୁସି ଲକ୍ମନ୍ ଆରି ସାସ୍ତର୍ ସିକାଉମନ୍ ତାକେସେ ଦେକି ଦେକି ରଇଲାଇ, କାଇକେବଇଲେ ତାର୍ ବିରୁଦେ ଦସ୍ ଦାର୍ବାକେ । 8 ମାତର୍ ଜିସୁ ତାକର୍ ମନେ ବାବ୍ଲାଟା ଜାନିକରି, ଜନ୍ ଲକର୍ ଆତ୍ ସୁକିଜାଇରଇଲା, ତାକେ କଇଲା, "ଉଟ୍ ଆରି ସବୁଲକର୍ ମୁଆଟେ ଟିଆ ଅ ।" ଆରି ସେ ଲକ୍ ଉଟି ଟିଆଅଇଲା । 9 ତେଇ ଜିସୁ ସେମନ୍କେ କଇଲା, "ମୁଇ ତମ୍କେ ପାଚାର୍ଲିନି, ବିସ୍ରାମ୍ବାରେ ବିଦି ଇସାବେ କାଇଟା କର୍ବାର୍ ? ନିକ କର୍ବାର୍ କି କାରାପ୍ କର୍ବାର୍ ? ଜିବନ୍ ବଁଚାଇବାର୍ କି ମରାଇବାର୍ ?" 10 ଆରି ସେ ଚାରିବେଡ୍ତି ସବୁକେ ଦେକି ସେ ଲକ୍କେ କଇଲା, "ତମର୍ ଆତ୍ ଲାମାଆ ।" ତେଇ ସେ ସେନ୍ତାର୍ କଲା, ଆରି ତାର୍ ଆତ୍ ପୁରାପୁରୁନ୍ ନିକ ଅଇଗାଲା ।