ଜାଇରସର୍ ଟକି ଆରି ବନି ଜିବା ମାଇଜି ନିକ ଅଇଲାଇ
40 ଜିସୁ ଗାଡ୍ ସେପାଟେ ଅନି ଏ ପାଟେ ଆରିତରେକ୍ ବାଉଡି ଆଇଲା ପଚେ, ଲକ୍ମନ୍ ତାକେ ସାର୍ଦା ସଙ୍ଗ୍ ମାନ୍ଲାଇ । କାଇକେ ବଇଲେ ସେମନ୍ ତାକେ ଜାଗି ରଇଲାଇ । 41 ଆରି ଏଦେ ଦେକା ! ଜାଇରସ୍ ନାଉଁର୍ ଗଟେକ୍ ଲକ୍ ଆଇଲା । ସେ ଜିଉଦି ଲକ୍ମନର୍ ପାର୍ତନା ଗରର୍ ମୁକିଆ ରଇଲା । ସେ ଜିସୁର୍ ପାଦ୍ ତଲେ ଅଦ୍ରି ତାର୍ ଗରେ ଆଇବାକେ ଗୁଆରି କଲା । 42 କାଇକେ ବଇଲେ ତାଉଁକେ ଗଟେକ୍ସେ ବାର ବରସର୍ ଟକି ରଇଲା ଆରି ସେ ମଲାପାରା ଅଇଜାଇରଇଲା । ମାତର୍ ଜିସୁ ଜାଇତେ ରଇବାବେଲେ ଲକ୍ମନ୍ ତାର୍ ଉପ୍ରେ ମାଣ୍ଡାଚୁଣ୍ଡାଅଇଜାଇତେ ରଇଲାଇ ।
43 ସେଡ୍କିବେଲେ ବାର ବରସ୍ ଦାରି ବନି ଜାଇତେ ରଇବା ଗଟେକ୍ ରଗିନି ମାଇଜି ରଇଲା । ନିଜର୍ ସବୁଡାବୁ ସାରାଇକରି ମିସା୮:୪୩ କେତେଟା ପାଣ୍ଡୁ ଲିପିଟାନେ ଏ ପଦ ଲେକାଅଏନାଇ କାର୍ ଲଗେ ଜାଇ ନିକ ଅଇ ନାପାର୍ଲା । 44 ସେ ପଚ୍ବାଟେଅନି ଆସି ଜିସୁର୍ ଲୁଗା ଜାଲି ଚିଇଲା । ଚିଇଲା ଦାପ୍ରେ ତାର୍ ବନି ଜିବାଟା ତେବ୍ଲା । 45 ତେଇ ଜିସୁ କଇଲା, "କେ ମକେ ଚିଇଲା ?" ମାତର୍ ସବୁ ଲକ୍ ନାଇ ବଲି କଇଲାଇଜେ, ପିତର୍ କଇଲା, "ଏ ଗୁରୁ ଲକ୍ମନ୍ ମାଣ୍ଡାଚୁଣ୍ଡାଅଇ ତମର୍ ଉପ୍ରେ ଡାବିଅଇଆଇଲାଇନି ।"
46 ମାତର୍ ଜିସୁ କଇଲା, "କେ କି ଗଟେକ୍ ଲକ୍ ମକେ ଚିଇଲା, କାଇକେ ବଇଲେ ମର୍ ବିତ୍ରେଅନି ବପୁ ବାରଇଲା ବଲି ମୁଇ ଜାନ୍ଲି ।" 47 ଜେଡେବଲ୍ ମାଇଜି ଦେକ୍ଲାଜେ ମୁଇ ଲୁଚିନାପାରି, ସେ ତର୍ତରି ତର୍ତରି ଆସି ଜିସୁର୍ ପାଦେ ଅଦ୍ରି, କାଇଟାର୍ ପାଇ ତାକେ ଚିଇଲା, ଆରି କେନ୍ତାରି ଦାପ୍ରେ ନିକ ଅଇଲା, ସେଟା ସବୁ ଲକର୍ ମୁଆଟେ ଜାନାଇଲା । 48 ତେଇ ଜିସୁ ତାକେ କଇଲା, "ନୁନି ତର୍ ବିସ୍ବାସ୍ ତକେ ନିମାନ୍ କଲାଆଚେ ସାନ୍ତିଅଇ ଉଟିଜା ।"
49 ସେ ଏ କାତା କଇବା ବେଲେ ଜିଉଦିମନର୍ ପାର୍ତନା ଗରର୍ ମୁକିଆ ଜାଇରସର୍ ଗରେଅନି ଗଟେକ୍ ଲକ୍ ଆସି କଇଲା, "ତମର୍ ଟକି ମରିଗାଲାବେ, ଗୁରୁକେ ଆରି କସ୍ଟ ଦିଆସ୍ ନାଇ ।"
50 ମାତର୍ ଜିସୁ ଏଟା ସୁନି ଜାଇରସ୍କେ କଇଲା, "ଡରାନାଇ ଅବ୍କା ବିସ୍ବାସ୍ କରା, ସେ ବଁଚ୍ସି ।"
51 ଜିସୁ ଜାଇରସର୍ ଗରେ ଆସି ପିତର୍, ଜଅନ୍ ଆରି ଜାକୁବ୍ ଆରି ଟକିର୍ ବାବା ମାଆ କେ ଚାଡିକରି କାକେ ମିସା ବିତ୍ରେ ଡାକିନେଏ ନାଇ । 52 ମାତର୍ ସବୁ ଲକ୍ ଟକିର୍ ଲାଗି କାନ୍ଦି କାନ୍ଦି କରି ବୁକେ ମାରିଅଇତେ ରଇଲାଇ । ତେଇ ଜିସୁ କଇଲା "କାନ୍ଦା ନାଇ, ସେ ମରେ ନାଇ, ମାତର୍ ସଇ ଦେଲାଆଚେ ।"
53 ମାତର୍ ଟକି ମରିଗାଲାଆଚେ ବଲି ଜାନି ରଇଲାଇଜେ ଲକ୍ମନ୍ ଜିସୁକେ କିଜାଇବାର୍ ଦାର୍ଲାଇ । 54 ମାତର୍ ଜିସୁ ଟକିର୍ ଆତେ ଦାରି କଇଲା, "ଏ ନୁନି ଉଟ୍ ।" 55 ତେଇ ଟକିର୍ ଜିବନ୍ ବାଉଡି ଆଇଲା, ଆରି ସେ ସେଡ୍କି ବେଲେସେ ଉଟ୍ଲା । ଜିସୁ ତାକେ କାଇଟା ଆଲେ କାଇବାକେ ଦିଆସ୍ ବଲି ଆଦେସ୍ ଦେଲା । 56 ତେଇ ଟକିର୍ ବାବା ମା କାବା ଅଇଗାଲାଇ, ମାତର୍ ଜିସୁ ସେ ଗଟ୍ନାର୍ କାତା କାକେ ଜାନାଆ ନାଇ ବଲି ଆଦେସ୍ ଦେଲା ।