16 ଜିସୁ ଗାଲିଲି ସମ୍ଦୁର୍ କଣ୍ଡିବାଟେ ଜିବା ବେଲେ ସିମନ୍ ଆରି ତାର୍ ବାଇ ଆନ୍ଦ୍ରିଅକେ ସମ୍ଦୁରେ ବଇଜାଲ୍ ପାକାଇବାଟା ଦେକ୍ଲା, ସେମନ୍ ମାଚ୍ ଦାରୁ କେଉଟ୍ମନ୍ ରଇଲାଇ । 17 ଜିସୁ ସେମନ୍କେ କଇଲା, "ମର୍ ସଙ୍ଗ୍ ଆସା, ମୁଇ ତମ୍କେ ଲକ୍ମନ୍କେ ପର୍ମେସରର୍ ବାଟେ ଆନ୍ବା ବିସଇ ସିକାଇବି ।" 18 ସେଦାପ୍ରେ ସେମନ୍ ଜାଲ୍ ଚାଡି ଜିସୁର୍ ପଚେ ପଚେ ଗାଲାଇ ।