23 ସେ ଦାପ୍ରେ ସେମନର୍ ପାର୍ତନା ଗରେ ଗଟେକ୍ ଡୁମା ଦାର୍ଲା ଲକ୍ କିର୍କିରି କରି ଜିସୁକେ କଇଲା, 24 "ଏ ନାଜରିତ୍ ଗଡର୍ ଜିସୁ, ତୁଇ କାଇକେ ଆମ୍କେ ଅରିଆନ୍ କଲୁସ୍ନି ? ତୁଇ କାଇ ଆମ୍କେ ବିନାସ୍ କର୍ବାକେ ଆଇଲୁସ୍ କି ? ତୁଇ କେ, ସେଟା ମୁଇ ଜାନି, ତୁଇ ଅଇଲୁସ୍ନି ପର୍ମେସରର୍ ସୁକଲ୍ ଲକ୍ ।"
25 ଜିସୁ ଡୁମାକେ ଦମ୍କାଇ କରି କଇଲା, "ଚୁପ୍ ଅ, ଆରି ଏ ଲକର୍ତେଇ ଅନି ବାର୍ଇ ଜା ।"
26 ସେଡ୍କି ବେଲେ ଡୁମା ତାକେ ମଡିପିଙ୍ଗି ବେସି କିର୍କିରି କରି ତାର୍ଲଗେ ଅନି ବାରଇଗାଲା ।