ଜିସୁ ବେସି ଲକ୍ମନ୍କେ ନିକ କଲା
29 ତାର୍ ପଚେ ଜିସୁ ଆରି ତାର୍ ସିସ୍ମନ୍ ପାର୍ତନା ଗରେ ଅନି ବାରଇ ଜାକୁବ୍ ଆରି ଜଅନର୍ ସଙ୍ଗ୍ ସିମନ୍ ଆରି ଆନ୍ଦ୍ରିୟର୍ ଗରେ ଗାଲାଇ । 30 ତେଇ ରଇଲା ଲକ୍ମନ୍ ସିମନର୍ ସାତ୍ରି ଜର୍କେ ସଇରଇଲା ବିସଇ ଜିସୁକେ କଇଲାଇ । 31 ସେଟାର୍ପାଇଁ ଜିସୁ ଜାଇ ସିମନର୍ ସାତ୍ରିର୍ ଆତେ ଦାରି ଉଟାଇଲା, ସେଦାପ୍ରେ ତାର୍ ଜର୍ ଚାଡିଗାଲା, ଆରି ସେ ଜାଇ ସେମନ୍କେ ସେବା କର୍ବାର୍ ଦାର୍ଲା ।