ଜିସୁ ବାର୍ତିମୟ କାଣାକେ ନିକ କଲା
46 ତାର୍ପଚେ ଜିସୁ ଆରି ତାର୍ ସିସ୍ମନ୍ ଜିରିଅ ନାଉଁର୍ ଗଡେ କେଟ୍ଲାଇ । ସେ ଗଡ୍ ଚାଡିକରି ଗାଲାବେଲେ, ତିମାୟ ନାଉଁର୍ ଲକର୍ ପିଲା ବାର୍ତିମୟ ବଲି ଗଟେକ୍ କାଣା ଲକ୍ ବାଟ୍ପାଲି ବସି ବିକ୍ ମାଙ୍ଗ୍ତେରଇଲା । 47 ନାଜରିତର୍ ଜିସୁ ଏବାଟେ ଆଇଲାନି ବଲି ସୁନି, ସେ ବେସି ଆଉଲି ଅଇକରି କଇଲା, "ଏ ଦାଉଦର୍ ପଅ ଜିସୁ, ମକେ ଦୟାକରା !"
48 ବେସି ଲକ୍ମନ୍ ତାକେ ଚିମ୍ରାଇଅଇ ରଇବାକେ କଇଲାଇ, ମାତର୍ ସେ କାଣାଲକ୍ ଅଦିକ୍ ଅଦିକ୍ ଆଉଲିଅଇକରି କଇଲା, "ଏ ଦାଉଦର୍ ପଅ ! ମକେ ଦୟା କରା ।"
49 ଜିସୁ ତେବିକରି କଇଲା, "ତାକେ ମର୍ ଲଗେ ଆଇବାକେ କୁଆ ।" ଲକ୍ମନ୍ କାଣାକେ ଡାକିକରି କଇଲାଇ, "ସାଆସ୍ ଦାରିକରି ଉଟ୍, ଜିସୁ ତକେ ଡାକ୍ଲାନି ।"
50 କାଣା ଲକ୍ ତାର୍ ଚାଦର୍ ତେଇ ପିଙ୍ଗିଦେଇକରି ଚିକାଲ୍ନା ଡେଗଇ ଉଟ୍ଲା ଆରି ଜିସୁର୍ ଲଗେ ଗାଲା ।
51 ଜିସୁ ତାକେ ପାଚାର୍ଲା "ମୁଇ ତର୍ପାଇ କାଇଟା କର୍ବି ବଲି ତୁଇ ମନ୍ କଲୁସ୍ନି ?" ସେ କଇଲା, "ଏ ଗୁରୁ, ମୁଇ ଜେନ୍ତିକି ଦେକି ପାର୍ବି ସେଟା ମନ୍ କଲିନି ।"
52 ଜିସୁ ତାକେ କଇଲା, "ଜା, ତୁଇ ନିମାନ୍ ଅଇଜାଇ ଆଚୁସ୍ । କାଇକେବଇଲେ ତୁଇ ମକେ ବିସ୍ବାସ୍ କରି ଆଁକି ଦେକି ପାର୍ଲୁସ୍ନି ।" ସେଦାପ୍ରେସେ କାଣା ଆଁକି ଦେକି ବାଟେ ବାଟେ ଜିସୁର୍ ପଚେ ଜିବାର୍ ଦାର୍ଲା ।