ଜିସୁ ଆରି ତରେକ୍ ଆଇବା ବିସଇ
24 ୧୩:୨୪ ପର୍କାସିତ ୬:୧୨ ସେଦିନ୍ମନ୍କେ, ସେ ଦୁକର୍ ଗଟ୍ନା ଅଇଲାପଚେ
ବେଲ୍ ଉଜଲ୍ ନ ଦେଇକରି ଆନ୍ଦାର୍ ଅଇଜାଇସି ଆରି ଜନ୍ ମିସା ଉଜଲ୍ ନ ଦେଏ ।
25 ୧୩:୨୫ ପର୍କାସିତ ୬:୧୩ ତାରାମନ୍ ବାଦ୍ଲେଅନି ଅଦର୍ବାଇ ଆରି ବାଦ୍ଲେ ଉଜଲ୍ ରଇବାଟାମନ୍କେ ପର୍ମେସର୍ ଆଲାଇଦେଇସି ।
26 ୧୩:୨୬ ପର୍କାସିତ ୧:୭ "ସେବେଲା ନର୍ପିଲା ମୁଇ, ବେସି ବପୁତେଇ ଆରି ଡାକ୍ପୁଟା ସଙ୍ଗ୍ ବାଦଲ୍ଟାନେ ଆଇବାଟା ଲକ୍ମନ୍ ଦେକ୍ବାଇ । 27 ସେବେଲା ମର୍ ଦୁତ୍ମନ୍କେ ପାଟାଇକରି ଦୁନିଆ ସାର୍ଲାଅନି ଆରି ସରଗ୍ ଚିଡ୍ଲା ତେଇଅନି ପର୍ମେସର୍ ବାଚ୍ଲା ଲକ୍ମନ୍କେ ଟୁଲିଆଇବି ।"