15 ଜିସୁ ସେମନ୍କେ କଇଲା, "ତମେ ଏ ଦୁନିଆର୍ ଗୁଲାଇବାଟେ ଜାଇକରି ସବୁ ଲକ୍ମନ୍କେ ମର୍ ନିମାନ୍ କାତା କୁଆ । 16 ଜେ ଜେ ଏ ନିମାନ୍ କାତା ବିସ୍ବାସ୍ କରି ଡୁବନ୍ ନେବାଇ, ସେମନ୍ ପାପେଅନି ରକିଆ ପାଇବାଇ, ମାତର୍ ଜେ ଜେ ଏ ନିମାନ୍ କାତା ବିସ୍ବାସ୍ ନ କରତ୍, ପର୍ମେସର୍ ସେମନ୍କେ ଡଣ୍ଡ୍ ଦେଇସି ।
Publicidade
Publicidade