ଜିସୁ ଗଟେକ୍ ଆତ୍ ସୁକ୍ଲା କଲା ଲକ୍କେ ନିକ କଲା
1 ପଚେ ଜିସୁ ଆରି ଗଟେକ୍ ତର୍ ଜିଉଦିମନର୍ ପାର୍ତନା ଗରେ ଗାଲା । ତେଇ ଗଟେକ୍ ଲକ୍ ରଇଲା । ତାର୍ ଗଟେକ୍ ଆତ୍ ସୁକିଜାଇରଇଲା । 2 ଜିସୁ କେଜାନେ ବିସ୍ରାମ୍ ବାରେ ନିମାନ୍ କର୍ସି ବଲି, ସେମନ୍ ଆଁକି ନ ମରାଇତେ ଦେକ୍ତେରଇଲାଇ, କାଇକେବଇଲେ ଜେନ୍ତିକି ତାର୍ ବିରୁଦେ ଦସ୍ ଦାରିପାର୍ବାଇ । 3 ଜନ୍ ଲକର୍ ଆତ୍ ସୁକି ଜାଇରଇଲା, ତାକେ ଜିସୁ କଇଲା, "ଆଉ ମଜାଇ ଟିଆ ଅ ।" 4 ଆରି ଜିସୁ ଲକ୍ମନ୍କେ ପାଚାର୍ଲା, " ବିସ୍ରାମ୍ବାରେ କାଇଟା କର୍ବା ନିଅମ୍ ? ନିକ କର୍ବାର୍ କି ଆସାର୍ କର୍ବାର୍ ? ଜିବନ୍ ବଁଚାଇବାର୍ କି ମରାଇଦେବାର୍ ?" ମାତର୍ ସେମନ୍ କାଇଟା ନ କଇ ଚିମ୍ରାଅଇ ରଇଲାଇ । 5 ସେବେଲେ ତାକର୍ ମନ୍ ଡାଟ୍ ରଇବାଟା ଦେକିକରି ଜିସୁ ଦୁକ୍ଅଇ ରିସାସଙ୍ଗ୍, ଚାରିବେଡ୍ତି ଦେକ୍ଲା । ଆରି ସେ ଲକ୍କେ କଇଲା, "ଆତ୍ ଲାମା ।" ସେ ଲକ୍ ଆତ୍ ଲାମାଇଲା, ଆରି ତାର୍ ଆତ୍ ନିମାନ୍ ଅଇଗାଲା ।