ଜିସୁ ଆରି ବାଲ୍ଜିବୁଲ୍
22 ୩:୨୨ ମାତିଉ ୯:୩୪;୧୦:୨୫ ଆରି, ଜିରୁସାଲାମ୍ ଅନି ଆସିରଇବା ସାସ୍ତର୍ ସିକାଉମନ୍ କଇଲାଇ, "ଆକେ ଡୁମାମନର୍ ନେତା ବାଲ୍ଜିବୁଲ୍ ଦାରିଆଚେ, ଆରି ଡୁମାମନର୍ ନେତାର୍ ବପୁସଙ୍ଗ୍ ଡୁମା ଚାଡାଇଲାନି ।" 23 ସେଡ୍କିବେଲେ ଜିସୁ ସାସ୍ତର୍ ସିକାଉମନ୍କେ ଲଗେଡାକି ଉଦାଅରନ୍ ଦେଇ କଇଲା, "ସଇତାନ୍ କେନ୍ତି ସଇତାନ୍କେ ଚାଡାଇ ପାର୍ସି ? 24 ଜଦି ଗଟେକ୍ ରାଇଜ୍ ଦୁଇ ବାଗ୍ ଅଇ ନିଜର୍ ବିରୁଦେ ଉଟ୍ସି, ତେବେ ସେ ରାଜିଅ ବେସିଦିନ୍ ନ ରଏ । 25 ଗଟେକ୍ ଗର୍ ବାଗ୍ ଅଇ ନିଜର୍ ବିରୁଦେ ଉଟ୍ସି, ତେବେ ସେ ଗର୍ ବେସି ଦିନ୍ ନ ରଏ । 26 ସେନ୍ତାର୍ସେ ସଇତାନ୍ ଜଦି ବାଗ୍ ଅଇ ନିଜର୍ ବିରୁଦେ ଉଟ୍ସି, ତେବେ ସେ ତବିର୍ ଅଇ ରଇ ନାପାରେ, ମାତର୍ ତାର୍ ବିନାସ୍ ଗଟ୍ସି ।
27 "ମାତର୍ କେ ମିସା ବପୁ ରଇବା ଲକ୍କେ ପର୍ତୁମ୍ ନ ବାନ୍ଦ୍ତେ, ତାର୍ ଗରେ ପୁରିକରି ସେଲକର୍ ନିଜର୍ ସବୁ ଚରାଇ ନେଇ ନାପାରେ, ମାତର୍ ସେ ବପୁ ରଇବା ଲକ୍କେ ଆଗେ ବାନ୍ଦ୍ଲେ ସିନା ସେ ତାର୍ ଗରେ ପୁରି ଚରିପାର୍ସି ।
28 "ମୁଇ ତମ୍କେ ସତ୍ କଇଲିନି, ଲକ୍ମନର୍ ସବୁ ପାପ୍, ଆରି ସେମନ୍ ଜେତେକ୍ ନିନ୍ଦା କାତା କଇ ପର୍ମେସରର୍ ନିନ୍ଦା କଲେ ମିସା, ସେ ସବୁଜାକ କେମା କରାଅଇସି । 29 ୩:୨୯ ଲୁକ୍ ୧୨:୧୦ଜେକି ସୁକଲ୍ଆତ୍ମାର୍ ବିରୁଦେ ନିନ୍ଦା କାତା କଇସି, ତାକେ କନ୍ କାଲେ ମିସା ପର୍ମେସର୍ କେମା ନ ଦେଏ, ଆରି ସେ ନ ସାର୍ବା ପାପର୍ ଦସି ଅଇସି ।" 30 ତାକେ କାରାପ୍ ଆତ୍ମା ଲାଗିଆଚେ ବଲି ସାସ୍ତର୍ ସିକାଉମନ୍ କଇଲାଇକେ, ଜିସୁ ଏନ୍ତାରି କଇଲା ।