ଜିସୁ ପବନ୍କେ ତବିର୍ କଲା
35 ସେଦିନେ ସଞ୍ଜ୍ ଅଇଲାକେ ଜିସୁ ସେମନ୍କେ କଇଲା, "ଆସା, ଗାଡ୍ ସେପାଟେ ଜୁ ।" 36 ସେଡ୍କିବେଲେ ସେମନ୍ ଲକ୍ ଗଅଲି ଚାଡିକରି, ଜିସୁ ବସି ରଇଲା, ଗଟେକ୍ ଡଙ୍ଗାଇ ଜାଇ ବସ୍ଲାଇ । ଆରି ବିନ୍ ବିନ୍ ଡଙ୍ଗା ମିସା ତାକର୍ ସଙ୍ଗ୍ ରଇଲା । 37 ପଚେ ଅଟାତ୍ ବେସି ବାଉପବନ୍ ଆଇଲା, ଆରି ଲଅଡିର୍ ମାଡ୍କେ ଡଙ୍ଗାଇ ପାନି ପୁରୁନ୍ ଅଇବାର୍ ଦାର୍ଲା । 38 ସେଡ୍କିବେଲେ ଜିସୁ ଡଙ୍ଗାର୍ ପଚ୍ ଚଟୁ ମାର୍ବା ଲଗେ ମଚ୍ଲା ମୁଣ୍ଡିସାକରି ସଇଦେଇ ରଇଲା । ସିସ୍ମନ୍ ତାକେ ଉଟାଇ କଇଲାଇ, "ଏ ଗୁରୁ, ଆମେ ବୁଡିଜିବୁବେ, ତମ୍କେ କାଇ ଚେତ୍ନା ନାଇ ?"
39 ସେଡ୍କିବେଲେ ଜିସୁ ଉଟି ପବନ୍କେ ଦମ୍କାଇ ଦେଇ ଲଅଡିକେ କଇଲା, "ତବିର୍ ଅଇ ଚୁପ୍ ର ।" ସେଡ୍କି ବେଲେ ପବନ୍ ବନ୍ଦ୍ ଅଇଲା, ଆରି ସବୁ ତବିର୍ ଅଇଲା । 40 ଆରି ସେ ସିସ୍ମନ୍କେ କଇଲା, "କାଇକେ ଏତେକ୍ ଡର୍ଲାସ୍ନି ? ତମ୍କେ ଏବେଜାକ ମର୍ଲଗେ ବିସ୍ବାସ୍ ନାଇ କି ?"
41 ସେମନ୍ ବେସି ଡରି ଜାଇକରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, "ତେବେ ଏ କେ ଜେ, ପବନ୍ ଆରି ଲଅଡି ମିସା ତାର୍ ଆଦେସ୍ ମାନ୍ଲାଇନି ?"