38 ସେମନ୍ ପାର୍ତନା ଚାଲାଉର୍ ଗରେ ଆଇଲା ଦାପ୍ରେ, ଜିସୁ, ଆଉଲି ଅଇବାଟା ଆରି ବେସି ମାର୍ଚପ୍ ଅଇ କାନ୍ଦ୍ବାଟା ଦେକ୍ଲା । 39 ମାତର୍ ବିତ୍ରେ ଜାଇ ଲକ୍ମନ୍କେ କଇଲା, "କାଇକେ ଆଉଲି ଅଇ କାନ୍ଦ୍ଲାସ୍ନି ? ଏ ନୁନି ମରେ ନାଇ, ଅବ୍କା ସଇଦେଇଆଚେ ।" ସେଡ୍କି ବେଲେ ସେମନ୍ ଜିସୁକେ ଲାଜ୍ କରାଇ କଇବାର୍ ଦାର୍ଲାଇ ।
40 ମାତର୍ ସେ ସବୁକେ ବାର୍କରି ଟକିର୍ ଆୟାବାବାକେ ଆରି ନିଜର୍ ସିସ୍ମନର୍ ସଙ୍ଗ୍, ତାକେ ଜନ୍ ଲଗେ ଡୁଲାଇ ରଇଲାଇ, ସେ ଜାଗାଇ ଗାଲା । 41 ଆରି ଟକିର୍ ଆତେଦାରି ତାକେ କଇଲା, "ଟଲିତାକୁମ୍ !" ବଇଲେ "ଏ ନୁନି ମୁଇଁ ତକେ କଇଲିନି ଉଟ୍ !"
42 ଏତ୍କି କଇଲା ଦାପ୍ରେ ଟକି ଉଟି ବୁଲ୍ବାର୍ ଦାର୍ଲା, ତାକେ ବାର ବରସ୍ ଅଇରଇଲା । ସେଡ୍କିବେଲେ ସବୁଲକ୍ମନ୍ ଦେକି ଅଦିକ୍ କାବାଅଇଗାଲାଇ ।