ଜିସୁ ବେସି ଲକ୍ମନ୍କେ କୁଆଇଲା
30 ପଚେ ୬:୩୦ ମାପ୍ରୁର୍ କାତା କଇବାକେ ପାଟାଇଲା ଲକ୍ମନ୍ପେରିତ୍ମନ୍ ଜିସୁର୍ ଲଗେ ରୁଣ୍ଡ୍ଲାଇ, ଆରି ସେମନ୍ ଜନ୍ ଜନ୍ଟା କରି ରଇଲାଇ, ଆରି ଜାଇ ଜାଇଟା ସିକାଇ ଦେଇରଇଲାଇ, ସେସବୁ ତାକେ ଜାନାଇଲାଇ । 31 ସେଡ୍କି ବେଲେ ଜିସୁ ସେମନ୍କେ କଇଲା, "ତମେମନ୍ ମର୍ସଙ୍ଗ୍ ଆସା ଆମେ ଗଟେକ୍ କିନରା ଜାଗାଇ ଜାଇ ଚନେକ୍ ବିସ୍ରାମ୍ କରୁ ।" କାଇକେବଇଲେ କେତେକ୍ କେତେକ୍ ଲକ୍ ଆସ୍ ଜା ଅଇତେରଇଲାଇଜେ ସେମନ୍କେ କାଇବାକେ ମିସା ସୁଜଗ୍ ନ ମିଲ୍ତେ ରଇଲା । 32 ତେବେ ଜିସୁ ଆରି ତାର୍ ସିସ୍ମନ୍ ବାରଇ ବେଗ୍ଲି ଜାଇ ଡଙ୍ଗାଇ ବସି ଗଟେକ୍ କିନରା ଜାଗାଇ ଗାଲାଇ ।
33 ମାତର୍ ସେମନ୍ ବାରଇ ଜିବାଟା ବେସିଲକ୍ ଦେକି ଚିନ୍ଲାଇ, ଆରି ସବୁ ନଅରେ ଅନି ଲକ୍ମନ୍ ପାଲାଇ ପାଲାଇ ଜାଇ ସେମନର୍ ଆଗ୍ତୁ କେଟ୍ଲାଇ । 34 ୬:୩୪ ମାତିଉ ୯:୩୬ଜିସୁ ଡଙ୍ଗାଇଅନି ବାରଇ, ବେସି ଲକ୍ମନ୍କେ ଦେକି ତାର୍ ଜିବନ୍ ଦୁକାଇ ଦୟାକଲା । କାଇକେବଇଲେ ସେମନ୍ ଗଉଡ୍ ନ ରଇଲା ମେଣ୍ଡାରାସି ପାରା ରଇଲାଇ ଆରି ସେ ସେମନ୍କେ କେତେକ୍ ବିସଇ ସିକିଆ ଦେବାର୍ଦାର୍ଲା । 35 ଏତ୍କି ବିତ୍ରେ ବେଲ୍ ବସି ଆଇବାକେ ସିସ୍ମନ୍ ଆସି ଜିସୁକେ କଇଲାଇ, "ଏ ଜାଗା ତା ଚିମ୍ରା ଜାଗା ଆରି ବେଲ୍ ମିସା ବସିଆଇଲାନି, 36 ତେବର୍ପାଇ ଲକ୍ମନ୍କେ ପାଟାଇ ଦିଆସ୍ । ଜେନ୍ତି କି ସେମନ୍ ଚାରିବେଡ୍ତିର୍ ଗାଉଁ ମନ୍କେ ଜାଇ ନିଜର୍ ନିଜର୍ ପାଇ କାଇବାକେ କାଇଟା ମିସା ଗେନତ୍ ।"
37 ମାତର୍ ଜିସୁ ସେମନ୍କେ କଇଲା, "ତମେ ସେମନ୍କେ କାଇଟା ମିସା କାଇବାକେ ଦିଆସ୍ ।" ସେମନ୍ ତାକେ କଇଲାଇ, "ଆମେ ଜାଇ ଆଟ୍ ମାସର୍ କୁଲି ଡାବୁ ନେଇ ଏମନ୍କେ ରୁଟି ଗେନିଆନି କୁଆଇବୁ କି ?"
38 ଜିସୁ ସେମନ୍କେ କଇଲା, "ତମର୍ ଲଗେ କେତେଟା ରୁଟି ଆଚେ ? ଜାଇ ଦେକା ।" ସେମନ୍ ଦେକିଆସି ତାକେ କଇଲାଇ, "ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ।"
39 ତେଇ ସବୁଲକ୍ ଜେନ୍ତି ଦଲ୍ଦଲ୍ ଅଇ କଅଁଲି ଗାଁସ୍ ଉପ୍ରେ ବସ୍ବାଇ, ଏଟାର୍ପାଇ ଜିସୁ ତାର୍ ସିସ୍ମନ୍କେ ତିଆର୍ଲା । 40 ସେମନ୍ ସଏ ସଏ ଆରି ପଚାସ୍ ପଚାସ୍ ଲକ୍ ଦାଡି ଦାଡି ଅଇ ବସ୍ଲାଇ । 41 ପଚେ ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି "ରୁଟି ବାଙ୍ଗାଇ ଲକ୍ମନ୍କେ ଦିଆସ୍ ।" ବଲି ସିସ୍ମନ୍କେ ଦେଲା । ଆରି, ସେ ଦୁଇଟା ମାଚ୍ ସବୁକେ ବାଟାକରି ଦେଲା । 42 ତେଇ ସବୁଲକ୍ କାଇକରି ପେଟ୍ ପୁରାଇଲାଇ, 43 ଆରି ସେମନ୍ ବାଙ୍ଗ୍ଲା ରୁଟି ଆରି ମାଚ୍ ରୁଣ୍ଡାଇ ବାର୍ଟା ଡାଲାଇ ପୁରୁନ୍ କଲାଇ । 44 ତେଇ କାଇଲା ଲକ୍ମନର୍ ବିତ୍ରେ ଅବ୍କା ମନସ୍ ପିଲାମନ୍ ପାଁଚ୍ ଅଜାର୍ ରଇଲାଇ ।