41 ପଚେ ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି "ରୁଟି ବାଙ୍ଗାଇ ଲକ୍ମନ୍କେ ଦିଆସ୍ ।" ବଲି ସିସ୍ମନ୍କେ ଦେଲା । ଆରି, ସେ ଦୁଇଟା ମାଚ୍ ସବୁକେ ବାଟାକରି ଦେଲା । 42 ତେଇ ସବୁଲକ୍ କାଇକରି ପେଟ୍ ପୁରାଇଲାଇ, 43 ଆରି ସେମନ୍ ବାଙ୍ଗ୍ଲା ରୁଟି ଆରି ମାଚ୍ ରୁଣ୍ଡାଇ ବାର୍ଟା ଡାଲାଇ ପୁରୁନ୍ କଲାଇ ।
Publicidade