9 ଆରି ଜିସୁ ସେମନ୍କେ କଇଲା, ତମେ ଚତୁର୍ ଅଇ ନିଜର୍ ରିିତିନିିତି ମାନ୍ବାକେ ବଲି ପର୍ମେସରର୍ ଆଦେସ୍ ନିଚୁ ବଇଲାସ୍ନି । 10 କାଇକେବଇଲେ ମସା ସିକିଆ ଦେଇଆଚେ, ମା ବାବାକେ ମାନା, ଆରି ଜେ କି ତାର୍ ବାବାକେ କି ମାକେ ସାଇପ୍ ଦେଇସି, ସେ ମରନ୍ ଡଣ୍ଡ୍ ପାଇସି ଆକା । 11 ମାତର୍ ତମେ ସିକାଇଲାସ୍ନି କି ଜେବେ ବାବାକେ କି ମାକେ କଇସା, "ଜନ୍ଟା ମୁଇ ତମ୍କେ ଦେବାର୍ ରଇଲା ସେଟା କର୍ବାନ୍ ।" କର୍ବାନ୍ ବଇଲେ ମାପ୍ରୁକେ ଆକା ମାନତ୍ କର୍ବାଟା । 12 ତେବେ ତମେ ତାର୍ ବାବାର୍ କି ମାଆର୍ କାଇ ଉପ୍କାର୍ କର୍ବାଟାକେ ତେବାଇଲାସ୍ନି । 13 ଏନ୍ତାରି ତମେ ନିଜର୍ ଆନିଦାଦିମନର୍ ବେଲେ ଅନି ଆଇବା ରିତିନିତି ମାନିକରି ପର୍ମେସରର୍ ବାକିଅ ଏଡାଇ ଦେଲାସ୍ନି, ଆରି ଏନ୍ତାରି କେତେକ୍ କେତେକ୍ କାମ୍ମନ୍ କଲାସ୍ନି ।