ଜିସୁ ଚାରିଅଜାର୍ ଲକ୍କେ କୁଆଇଲା
1 ସେବେଲେ ଆରି ତରେକ୍ ବେସି ଲକ୍ମନ୍ ମିସ୍ଲାଇ, ଆରି ସେମନର୍ ଲଗେ କାଇବା ପିଇବାକେ କାଇଟା ନ ରଇଲାଜେ ଜିସୁ ସିସ୍ମନ୍କେ ଲଗେଡାକି କଇଲା, 2 "ଏ ଲକ୍ମନ୍କେ ଦେକି ମକେ ଦୁକ୍ ଲାଗ୍ଲାନି, କାଇକେବଇଲେ ଏମନ୍ ତିନ୍ଦିନ୍ ଅଇଲାନି ମର୍ ସଙ୍ଗ୍ ଆଚତ୍ ଆରି ଏମନର୍ ଲଗେ କାଇବାକେ କାଇଟା ମିସା ନାଇ । 3 ତେବେ ମୁଇ ସେମନ୍କେ ନ କୁଆଇତେ ଗରେ ପାଟାଇଲେ, ବାଟେ ସେମନର୍ ଚେତା ଆଜିଜାଇସି, ସେମନର୍ ବିତ୍ରେ କେତେକ୍ ଲକ୍ ଦୁରେଅନି ଆସି ଆଚତ୍ ।"
4 ସିସ୍ମନ୍ ତାକେ କଇଲାଇ, "ଇତି ଏ ଚିମ୍ରା ଜାଗାଇ ଲକ୍ ନ ରଇବାଟାନେ କନ୍ତିଅନି ରୁଟି ଆନି ଏମନ୍କେ ପେଟ୍ ପୁରାଇବାର୍ ?" 5 ଜିସୁ ସେମନ୍କେ ପାଚାର୍ଲା, "ତମର୍ଲଗେ କେତେଟା ରୁଟିଆଚେ ?" ସେମନ୍ କଇଲାଇ, "ସାତ୍ଟା ।"
6 ତେଇ ଜିସୁ ସେ ସବୁ ଲକ୍ମନ୍କେ ବୁଏଁ ବସ୍ବାକେ କଇଲା, ଆରି ସେ ସାତ୍ଟା ରୁଟି ଦାରିକରି ପର୍ମେସର୍କେ ଦନିଅବାଦ୍ ଦେଇ ସେଟା ସବୁ ବାଙ୍ଗାଇକରି ବାଟାକରିଦେବାକେ ତାର୍ ସିସ୍ମନ୍କେ ଦେଲା । ଆରି ସେମନ୍ ଲକ୍ମନ୍କେ ସେଟା ବାଟାକଲାଇ । 7 ସେମନର୍ ଲଗେ ଜଡେକ୍ ପାରା କେତେଟା ସାନ୍ ମାଚ୍ ରଇଲା, ସେଟା ମିସା ସେ ପର୍ମେସର୍କେ ଦନିଅବାଦ୍ ଦେଇ ବାଟାକର୍ବାକେ କଇଲା । 8 ତେଇ ସେମନ୍ ସବୁ ଲକ୍ ପେଟ୍ପୁର୍ତେ କାଇଲାଇ ଆରି ଅଗଲ୍ଲାଟା ସାତ୍ଡାଲା ବେଟ୍ଲାଇ । 9 ତେଇ ଚାରିଅଜାର୍ ଲକ୍ମନ୍ ରଇଲାଇ ।