31 କାଇକେବଇଲେ ସେ ତାର୍ ସିସ୍ମନ୍କେ ସିକାଇ ଦେବାକେ ମନ୍ କର୍ତେରଇଲା । ଜିସୁ ତାର୍ ସିସ୍ମନ୍କେ କଇଲା, "ସତ୍ ପର୍ମେସରର୍ ଟାନେଅନି ଆସିରଇବା ନର୍ପିଲା ମକେ, ଲକ୍ମନର୍ ଆତେ ସର୍ପି ଦେବାଇ ଆରି ସେମନ୍ ମକେ ମରାଇଦେବାଇ । ମାତର୍ ମୁଇ ମରିକରି ତିନ୍ଦିନ୍ ଗାଲାପଚେ ଆରି ତରେକ୍ ମଲାଟାନେଅନି ଜିବନ୍ ଅଇ ଉଟ୍ବି ।"