18 ୧:୧୮ ଲୁକ୍ ୧:୨୭ ଏଟା ଅଇଲାନି ଜିସୁ କିରିସ୍ଟର୍ ଜନମ୍ ବିସଇ । ଜିସୁର୍ ମା ମରିୟମର୍ ସଙ୍ଗ୍ ଜସେପ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡାର୍ ପାଇ ବିବା ମାଙ୍ଗ୍ନି ଅଇରଇଲା । ମାତର୍ ସେମନର୍ ବିବା ନ ଅଇତେ ସୁକଲ୍ ଆତ୍ମାଇ ଅନି ଗାଗ୍ଡେ ଅଇରଇବାଟା ମରିୟମ୍ ଜାନିପାର୍ଲା । 19 ଜସେପ୍ ଗଟେକ୍ ଦରମ୍ ଲକ୍ ରଇଲା ଆରି ସବୁବେଲେ ସତ୍ କାମ୍ କର୍ତେରଇଲା । ଆରି ମରିୟମ୍କେ ଲକ୍ମନର୍ ଟାନେ ନିନ୍ଦା କାତା ସୁନାଇବାକେ ମନ୍ ନ କର୍ତେ ରଇଲା । ସେଟାର୍ପାଇଁ କେ ନାଜାନ୍ତେ ତାର୍ ବିବା ମାଙ୍ଗ୍ନି ପିଟାଇଦେବାକେ ଉପାଇ ପାଁଚ୍ତେ ରଇଲା । 20 ସେ ଏନ୍ତି ଉପାଇ ପାଁଚ୍ଲା ବେଲେ, ଜସେପ୍କେ ଗଟେକ୍ ପର୍ମେସରର୍ ଦୁତ୍ ସପ୍ନେ ଦେକାଇ ଅଇ କଇଲା, ଏ ଦାଉଦର୍ ନାତିର୍ ତିତି ଜସେପ୍, ଡର୍ନାଇ । ମରିୟମ୍କେ ମାଇଜି କରି ସଙ୍ଗଅ । କାଇକେବଇଲେ ସୁକଲ୍ ଆତ୍ମାଇ ଅନି ସେ ଗାଗ୍ଡେ ଅଇଲାଆଚେ ।
21 ୧:୨୧ ଲୁକ୍ ୧:୩୧ ତାର୍ଟାନେଅନି ଗଟେକ୍ ପିଲା ଜନମ୍ ଅଇସି, ତମେ ତାକେ ଜିସୁ ବଲି ନାଉଁ ଦିଆସ୍, କାଇକେବଇଲେ ସେ ତାର୍ ଲକ୍ମନ୍କେ ସେମନର୍ ପାପେଅନି ଉଦାର୍ କର୍ସି ।