22 ଆଇବା ଦିନ୍ମନ୍କେ କାଇଟା ଅଇସି ବଲି, ପର୍ମେସର୍ ଗଟେକ୍ ବବିସତ୍ବକ୍ତାକେ ପାଟାଇ ଜନ୍ କାତା ସୁନାଇରଇଲା, ସେଟା ପୁରାପୁରୁନ୍ ଅଇବାକେ ଏ ସବୁ ଅଇଲା । 23 ଗଟେକ୍ ଦାଙ୍ଗ୍ଡି ଗାଗ୍ଡେ ଅଇ ପିଲା ଜନମ୍ କର୍ସି, ଆରି ସେ ପିଲା ଲକ୍ମନର୍ ଟାନେ ଇମାନୁଏଲ୍ ବଲି ନାମାଇ ଅଇସି, ଏ ନାଉଁର୍ ଅରତ୍ ଅଇଲାନି, ପର୍ମେସର୍ ଆମର୍ ସଙ୍ଗ୍ ଆଚେ ।
Publicidade
Publicidade