18 ଆରି ତମେ ମର୍ ସିସ୍ ଅଇଲାର୍ ଲାଗି, ରାଜା ଆରି ସାସନ୍ କର୍ବା ଲକ୍ମନର୍ ଲଗେ ନିଆଅଇ ବିଚାର୍ କରାଇଅଇସା । ଇତିଅନି ସେମନ୍କେ ଆରି ଜିଉଦି ନଇଲା ଲକ୍ମନର୍ ତେଇ ମର୍ ବିସଇନେଇ କଇବାକେ ତମେ ବେଲା ପାଇସା । 19 ତମର୍ ବିଚାର୍ନା ଅଇବାବେଲେ ‘କାଇଟା କଇବି, କେନ୍ତି କଇବି’ ବଲି ଚିନ୍ତା କରି ତେରେପେତେ ନ ଉଆ । ଟିକ୍ ସେବେଲାଇ ସେଟା ତମ୍କେ ଜାନାଇ ଦିଆଅଇସି ।
Publicidade