10 ତେଇ ଆତ୍ ସୁକିଜାଇରଇଲା ଗଟେକ୍ ଲକ୍ ରଇଲା । ଜିସୁର୍ ଦସ୍ ଦାର୍ବାକେ ପାରୁସିମନ୍ ଗଟେକ୍ ଦଲଅଇ ତେଇ ଜାଗି ରଇଲାଇ । ସେଟାର୍ପାଇଁ ସେମନ୍ ଜିସୁକେ ପାଚାର୍ଲାଇ, "ବିସ୍ରାମ୍ବାରେ ନିମାନ୍ କର୍ବାଟା ଆମର୍ ନିୟମର୍ ବିରଦ୍ ନଏଁ କି ?"
11 ୧୨:୧୧ ଲୁକ୍ ୧୪:୫ ଜିସୁ କଇଲା, "ଜଦି ବିସ୍ରାମ୍ବାରେ ତମର୍ ବିତ୍ରେ କାର୍ଆଲେ ମେଣ୍ଡା ଗଟେକ୍ ଡେଙ୍ଗ୍ କାଲେ ଅଦର୍ଲେ, ତମେ ତାକେ ଜିକି ନ ଆନାସ୍ କି ? 12 ମେଣ୍ଡାର୍ତେଇ ଅନି ଗଟେକ୍ ଲକର୍ ମୁଲିଅ କେତେକ୍ ଅଦିକ୍ । ସେଟାର୍ ପାଇ ଆମେ ବିସ୍ରାମ୍ବାରେ ବିନ୍ ଲକ୍କେ ସାଇଜ କର୍ବାଟା ସାସ୍ତରେ ରଇବା ରିତିନିତିର୍ ବିରଦ୍ ଅଇବା କାମ୍ ନଏଁ ।" 13 ଏତ୍କି କଇକରି ସେ ଆତ୍ ସୁକିଜାଇରଇଲା ଲକ୍କେ କଇଲା, "ଆତ୍ ସଲକ୍ କର୍ ।"
ସେ ଲକ୍ ଆତ୍ ସଲକ୍ କଲା ଦାପ୍ରେ, ସେ ଆତ୍ ନିକ ଲକର୍ ଆତ୍ ପାରା ଅଇଗାଲା ।