କାବାଅଇଜିବା କାମ୍ କର୍ବାକେ ଦାବି
38 ୧୨:୩୮ ମାତିଉ ୧୬:୧; ମାର୍କ ୮:୧୧; ଲୁକ୍ ୧୧:୧୬ ଗଟେକ୍ ଦିନେ ଜିଉଦି ମନର୍ ନିୟମ୍ ସିକାଇଦେବା ଲକ୍ମନ୍ ଆରି ପାରୁସି ଲକ୍ମନର୍ ବିତ୍ରେଅନି କେତେଲକ୍ ଜିସୁକେ କଇଲାଇ, "ଏ ଗୁରୁ, ତମର୍ ଗଟେକ୍ କାବାଅଇଜିବା ଚିନ୍ ଦେକ୍ବାକେ ଆମେ ମନ୍କଲୁନି ।"
39 ୧୨:୩୯ ମାତିଉ ୧୬:୪; ମାର୍କ ୮:୧୨ ଜିସୁ ସେମନ୍କେ କଇଲା, "ଏ ଜୁଗର୍ ବିସ୍ବାସ୍ ନ କରୁମନ୍ କେଡେ କାରାପ୍, ଆରି ପର୍ମେସର୍କେ ବିସ୍ବାସ୍ କରତ୍ନାଇ । ତମେ ମକେ ଗଟେକ୍ କାବାଅଇଜିବା କାମ୍ ଦେକାଇବାକେ କଇଲାସ୍ନି ? ନାଇ, ଅବ୍କା ବାବବାଦି ଜୁନସର୍ ଜିବନେ ଗଟିରଇଲା କାବାଅଇଜିବାଟା ତମ୍କେ ଦେକାଇଦେଇ ଅଇସି ।"
40 "ଜୁନସ୍ ଜେନ୍ତି ମାଚ୍ ପେଟେ ତିନ୍ ଦିନ୍ ତିନ୍ ରାତି ରଇଲା, ସେନ୍ତି ନର୍ପିଲା ମୁଇ ମିସା ମାଟି ତଲେ ତିନ୍ ଦିନ୍ ତିନ୍ ରାତି କାଟାଇବି ।