3 ଆରି ସେ କେତେକ୍ କେତେକ୍ ବିସଇ, ଉଦାଅରଣ୍ ଦେଇ, ସିକାଇତେ ରଇଲା । ସେ କଇଲା,
"ଗଟେକ୍ ଚାସି ତରେକ୍ ବିଅନ୍ ବୁନ୍ବାର୍ ବାରଇଲା । 4 ଚାସି ସେ ଜମିଟାନେ ବିଅନ୍ ବୁନ୍ବା ବେଲେ କେତେଟା ମୁଞ୍ଜି ମଜା ବାଟେ ଅଦର୍ଲାଜେ ସେଟା ଚଡଇମନ୍ ଆସି କାଇଦେଲାଇ । 5 ଆରି ଅଦେକ୍ ମାଟି ଉନାରଇ ଜବର୍ ପାକ୍ନା ରଇବା ପଦାଇ ଅଦର୍ଲା । ତେଇ ମାଟି ବଉଲ୍ ନ ରଇଲାଜେ ଦାପ୍ରେ ଆଁକ୍ରି ଗାଜା ଅଇଲା । 6 ମାତର୍ ଗାଜାର୍ ଚେର୍ ବିତ୍ରେ ଜାଏ ନାଇଜେ, କାରା କଲାକେ ସେଟା ସୁକିଗାଲା । 7 ଆରି କେତେଟା ବିଅନ୍ କାଟାବୁଟା ବିତ୍ରେ ଅଦର୍ଲା, ଆରି କାଟାବୁଟା ଆଁକ୍ରି ଗାଜା ଅଇଲା । ବିଅନର୍ ଚାରିବେଡ୍ତି ବର୍ଡି ଜାଇ ସେଟା ସବୁ ଗିଲିଦେଲା । 8 ମାତର୍ ଆରି ବାକି ସବୁ ବିଅନ୍ ନିକ ବୁଏଁ ଅଦ୍ରି ବୁଟା ଅଇ ବଡିକରି ପଲ୍ ଦାର୍ଲା । କେତେଟା ବୁଟାଇ ତିରିସ୍ ବାଗ୍, ସାଟେ ବାଗ୍, ଆରି ସଏ ବାଗ୍ ଅନି ଅଦିକ୍ ପଲ୍ଦାର୍ଲା ।"
9 ଜିସୁ ଉଦାଅରଣ୍ ସାରାଇକରି କଇଲା, "ଜାକେ ସୁନ୍ଲା ପାରା କାନ୍ ଆଚେ, ସେ ସୁନ ।"