ଜିସୁ ପାଁଚ୍ଅଜାର୍ ଲକ୍କେ କୁଆଇବାଟା
13 ଜିସୁ ଜଅନର୍ କବର୍ ସୁନ୍ଲା ଦାପ୍ରେ ଡଙ୍ଗାଇ ଚଗ୍ଲା ଆରି ଗଟେକ୍ କିନରା ଜାଗାଇ ଗାଲା । ତେଇ ସେ ଜିବାଟା ଜାନିକରି ଲଗର୍ ପାକର୍ ସଅରେ ଅନି କେତେକ୍ କେତେକ୍ ଲକ୍ମନ୍ ଗାଡ୍ କଣ୍ଡିକଣ୍ଡି ଇଣ୍ଡି ଜିସୁର୍ ପଚେ ପଚେ ଗାଲାଇ । 14 ଜେଡେବେଲେ ଜିସୁ ଡଙ୍ଗାଇଅନି ଉତ୍ରି ଏତେକ୍ମାଣ୍ଡ୍ ଲକ୍ମନ୍କେ ଦେକ୍ଲା, ସେ ଦୟା କଲା । ତେଇ ଜେତ୍କି ରଗିମନ୍ ରଇଲାଇ, ସବୁକେ ନିକ କଲା ।
15 ସେଦିନେ ସଞ୍ଜ୍ବେଲାଇ, ସିସ୍ମନ୍ ଆସି ତାକେ କଇଲାଇ, "ବେସି ଅଲ୍ସମ୍ ଅଇଗାଲାନି । ଆରି ଏଟା ଗଟେକ୍ କିନରା ଜାଗା, ଲକ୍ମନ୍କେ କଇଦିଆସ୍, ସେମନ୍ ଗାଉଁମନ୍କେ ଜାଇ କାଦି ମିଲାଇବାଇ ।"
16 ମାତର୍ ଜିସୁ ସେମନ୍କେ କଇଲା, "ସେମନ୍ ଇତିଅନି ନ ଜାଅତ୍ । ତମେ ସେମନ୍କେ କାଇଟାଆଲେ କାଇବାକେ ଦିଆସ୍ ।"
17 ସିସ୍ମନ୍ କଇଲାଇ, "ଆମର୍ ଟାନେ ଏକାଇ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ସେ ଆଚେ ।"
18 ଜିସୁ କଇଲା, "ସେଟା ମର୍ଟାନେ ଦାରିଆସା ।" 19 ଜିସୁ ସବୁଲକ୍କେ ଗାଁସ୍ ଉପ୍ରେ ବସାଇବାକେ କଇଲା । ସେ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି ରୁଟି ବାଙ୍ଗାଇ କରି ସିସ୍ମନ୍କେ ଦେଲା । ସିସ୍ମନ୍ ସବୁଲକ୍କେ ବାଟାକରି ଦେଲାଇ । 20 ସେଟା ସବୁଲକ୍ କାଇକରି ସାନ୍ତି ଅଇଲାଇ । ତାର୍ପଚେ ସିସ୍ମନ୍ ଅଗ୍ଲି ରଇବା ରୁଟି ଆରି ମାଚ୍ ଟୁଲିଆଇ ବାର୍ଟା ଡାଲାଇ ବର୍ତି କଲାଇ । 21 ତେଇ ମାଇଜିମନ୍ ଆରି ପିଲାମନ୍କେ ଚାଡି, ସେ କାଦି ପାଁଚ୍ ଅଜାର୍ ଲକ୍ କାଇରଇଲାଇ ।