15 ସେଦିନେ ସଞ୍ଜ୍ବେଲାଇ, ସିସ୍ମନ୍ ଆସି ତାକେ କଇଲାଇ, "ବେସି ଅଲ୍ସମ୍ ଅଇଗାଲାନି । ଆରି ଏଟା ଗଟେକ୍ କିନରା ଜାଗା, ଲକ୍ମନ୍କେ କଇଦିଆସ୍, ସେମନ୍ ଗାଉଁମନ୍କେ ଜାଇ କାଦି ମିଲାଇବାଇ ।"
16 ମାତର୍ ଜିସୁ ସେମନ୍କେ କଇଲା, "ସେମନ୍ ଇତିଅନି ନ ଜାଅତ୍ । ତମେ ସେମନ୍କେ କାଇଟାଆଲେ କାଇବାକେ ଦିଆସ୍ ।"
17 ସିସ୍ମନ୍ କଇଲାଇ, "ଆମର୍ ଟାନେ ଏକାଇ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ସେ ଆଚେ ।"
18 ଜିସୁ କଇଲା, "ସେଟା ମର୍ଟାନେ ଦାରିଆସା ।" 19 ଜିସୁ ସବୁଲକ୍କେ ଗାଁସ୍ ଉପ୍ରେ ବସାଇବାକେ କଇଲା । ସେ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି ରୁଟି ବାଙ୍ଗାଇ କରି ସିସ୍ମନ୍କେ ଦେଲା । ସିସ୍ମନ୍ ସବୁଲକ୍କେ ବାଟାକରି ଦେଲାଇ । 20 ସେଟା ସବୁଲକ୍ କାଇକରି ସାନ୍ତି ଅଇଲାଇ । ତାର୍ପଚେ ସିସ୍ମନ୍ ଅଗ୍ଲି ରଇବା ରୁଟି ଆରି ମାଚ୍ ଟୁଲିଆଇ ବାର୍ଟା ଡାଲାଇ ବର୍ତି କଲାଇ । 21 ତେଇ ମାଇଜିମନ୍ ଆରି ପିଲାମନ୍କେ ଚାଡି, ସେ କାଦି ପାଁଚ୍ ଅଜାର୍ ଲକ୍ କାଇରଇଲାଇ ।