ଜିସୁ ଚାରିଅଜାର୍ ଲକ୍କେ କୁଆଇଲା
32 ଜିସୁ ସିସ୍ମନ୍କେ ଡାକି କଇଲା, "ଏ ଲକ୍ମନ୍କେ ଦେକି ମକେ ଦୁକ୍ ଲାଗ୍ଲାନି, କାଇକେ ବଇଲେ ସେମନ୍ ମର୍ ସଙ୍ଗ୍ ତିନ୍ ଦିନ୍ ଅଇଲାନି ଆଚତ୍ ଆରି ସେମନର୍ ଲଗେ କାଇଟା ମିସା ନାଇ । ସେମନ୍ ନ କାଇ ଇତିଅନି ଉଟିଜାଅତ୍, ଏଟା ମୁଇ ମନ୍ କରି ନାଇ; କାଇକେ ବଇଲେ ବାଉଡିଗାଲାବେଲେ ବାଟେ ସେମନ୍ ତାକି ଜାଇ ଅଦର୍ ପଡ୍ ଅଇଜିବାଇ ।"
33 ସିସ୍ମନ୍ ତାକେ କଇଲାଇ, "ଏ ମରୁବାଲିବୁଏଁ ଏତେକ୍ ଲକ୍କେ କୁଆଇବାକେ ଆମେ କନ୍ତିଅନି ଏତେକ୍ମାଣ୍ଡ୍ କାଦି ଆନ୍ବୁ ?"
34 ଜିସୁ ପାଚାର୍ଲା, "ତମର୍ ଲଗେ କେତେଟା ରୁଟି ଆଚେ ?" ସେମନ୍ କଇଲାଇ,
"ସାତ୍ଟା ରୁଟି ଆରି କେତେଟା ସାନ୍ ମାଚ୍ ଆଚେ ।"
35 ଜିସୁ ଲକ୍ମନ୍କେ ବୁଏଁ ବସ୍ବାକେ କଇଲା । 36 ତାର୍ପଚେ ସେ ସାତ୍ଟା ରୁଟି ଆରି ମାଚ୍ ନେଇ ପର୍ମେସର୍କେ ଦନିଅବାଦ୍ ଦେଲା ଆରି ବାଙ୍ଗାଇ କରି ସିସ୍ମନ୍କେ ଦେଲା । ସିସ୍ମନ୍ ସେଟା ଲକ୍ମନ୍କେ ବାଟାକରି ଦେଲାଇ । 37 ସବୁ ଲକ୍ ପେଟ୍ପୁର୍ତେ କାଇଲାଇ । ଆରି ସିସ୍ମନ୍ ଅଗଲ୍ଲାଟା ସାତ୍ଟାଡାଲାଇ ବର୍ତି କଲାଇ । 38 ମାଇଜିଟକି ଆରି ପିଲାମନ୍କେ ଚାଡି ଚାରି ଅଜାର୍ ଲକ୍ ଏ କାଦି କାଇରଇଲାଇ ।