କେମା ନ ଦେଇରଇଲା ଦାଙ୍ଗ୍ଡା
21 ୧୮:୨୧ ଲୁକ୍ ୧୭:୩,୪ ଦିନେକ୍ ପିତର୍ ଜିସୁର୍ ଲଗେ ଆସି ପାଚାର୍ଲା, "ମାପ୍ରୁ, ଗଟେକ୍ ବାଇ ମର୍ ବିରଦେ ତର୍କେ ତର୍ ଦସ୍ କର୍ତେ ରଇଲେ, ତାକେ ମୁଇ କେତେ ତର୍ କେମା କର୍ବି ? କାଇ ସାତ୍ ତର୍ କି ?"
22 ଜିସୁ କଇଲା, "ନାଇ ସାତ୍ ତର୍ ନାଇ । ସାତ୍ ତରର୍ ସତୁରି ଗୁନ୍ । 23 ସରଗ୍ ରାଇଜର୍ ଆରି ଗଟେକ୍ କାତା ସୁନ୍ । ଗଟେକ୍ ରାଜା ଦିନେକ୍ ତାର୍ଟାନେ କାମ୍କରୁମନ୍ ରୁନ୍ ନେଇରଇବାଟା ଇସାବ୍ କିତାବ୍ କର୍ବାକେ ମନ୍ କଲା । 24 ସେ ଇସାବ୍ କର୍ବାବେଲେ ତାର୍ଟାନେ ଗଟେକ୍ କାମ୍ କରୁ ଲାକ୍ ଲାକ୍ ଟାଙ୍ଗା ରୁନ୍ ନେଇରଇଲା ଲକ୍କେ ରାଜାର୍ ଲଗେ ଆନ୍ଲାଇ । 25 ରୁନ୍ ସୁଜ୍ବାକେ ସେ ଲକର୍ଟାନେ ସେତ୍କି ବପୁ ନ ରଇଲା । ତେବର୍ପାଇ ରୁନ୍ ବାନ୍ଦ୍ବାକେ ବଲି ତାର୍ଟାନେ ଜେତ୍କି ରଇଲାଟା ବିକିକରି ତାକେ, ତାର୍ ମାଇଜିକେ ଆରି ତାର୍ ପିଲାଟକିମନ୍କେ ଗତି ଇସାବେ ବିକିଦେବାକେ ରାଜା ଆଦେସ୍ ଦେଲା ।" 26 କାମ୍ କରୁ ରାଜାର୍ ପାଦ୍ତଲେ ଅଦ୍ରି ଗୁଆରି କରି କଇଲା " ଆଗିଆଁ ଆରି କେତେଦିନ୍ ଜାଗା, ମୁଇ ତମର୍ ସବୁଜାକ ରୁନ୍ ସୁଜିଦେବି ।" 27 ରାଜା ତାକେ ଦୟା କଲା । ତେବର୍ପାଇ ତାକେ କେମା କରି ରୁନ୍ ନ ବାନ୍ଦାଇ ଚାଡିଦେଲା ।
28 ମାତର୍ ସେ ଗତି ବାରଇ ଜାଇ ତାର୍ତେଇ ଅନି ପଚାସ୍ ଟାଙ୍ଗା ରୁନ୍ କରି ରଇବା ଗଟେକ୍ ମିସ୍ତେ ରଇବା ଗତିଦାଙ୍ଗ୍ଡାକେ ଦାରି ତାର୍ ଟଟ୍ରି ପିଚକ୍ବାର୍ ଦାର୍ଲା, "ମର୍ତେଇଅନି ନେଇ ରଇଲା ସବୁ ଡାବୁ ବାଉଡାଇ ଦେ ।"
29 ସେ ଗତି ଦାଙ୍ଗ୍ଡା ତାର୍ ଗଡେଦାରି ବାବୁଜିଆ କରି କଇଲା, "ସାଆସ୍ ଦାରା, ତମର୍ ସବୁ ଡାବୁ ସୁଜି ଦେବି ।"
30 ମାତର୍ ପର୍ତୁମ୍ ଲକ୍, ସେ ଗୁଆରି କଲାଟା ସୁନେ ନାଇ, ରୁନ୍ ସୁଜ୍ବା ଜାକ ତାକେ ବନ୍ଦି ଗରେ ପୁରାଇ ସଙ୍ଗଇବାକେ ତିଆର୍ଲା । 31 ଏଟା ଅଇଲାଟା ଦେକି ବିନ୍ କାମ୍ କରୁମନ୍ ଦୁକ୍ କଲାଇ । ସେମନ୍ ରାଜାର୍ ଲଗେ ଜାଇ ଜନ୍ ଜନ୍ଟା ଅଇରଇଲା, ସବୁ ଜାନାଇଲାଇ । 32 ରାଜା ପର୍ତୁମ୍ କାମ୍ କରୁକେ ଡାକାଇ କଇଲା, " ଅଇରେ ମୁର୍କ ଦାଙ୍ଗ୍ଡା, ତୁଇ ଗୁଆରି କଲୁସ୍ ଜେ ମୁଇ ତର୍ ସବୁ ରୁନ୍ ଚାଡି ଦେଲି । 33 ମୁଇ ଜେନ୍ତି ତକେ ଦୟା କଲି, ତୁଇ ମିସା ତର୍ ସଙ୍ଗର୍ କାମ୍ କରୁକେ ଦୟା କର୍ବାର୍ ରଇଲା ।" 34 ରାଜା ବେସି ରିସା ଅଇଗାଲା ଆରି ସବୁ ଜାକ ରୁନ୍ ନ ସୁଜ୍ବା ଜାକ ଡଣ୍ଡ୍ ପାଅ ବଲି ତାକେ ବନ୍ଦି ଗରେ ପାଟାଇ ଦେଲା ।
35 ଜିସୁ ଏ କାତା କଇସାରାଇ କଇଲା, "ତମର୍ ବିରୁଦେ ଦସ୍ କରି ରଇବା ବାଇମନ୍କେ ମନ୍ ବିତ୍ରେଅନି ଜଦି କେମା ନ ଦିଆସ୍, ତେବେ ମର୍ ସରଗର୍ ବାବା ମିସା ତମ୍କେ ଏନ୍ତାରିସେ କର୍ସି ।"