28 ମାତର୍ ସେ ଗତି ବାରଇ ଜାଇ ତାର୍ତେଇ ଅନି ପଚାସ୍ ଟାଙ୍ଗା ରୁନ୍ କରି ରଇବା ଗଟେକ୍ ମିସ୍ତେ ରଇବା ଗତିଦାଙ୍ଗ୍ଡାକେ ଦାରି ତାର୍ ଟଟ୍ରି ପିଚକ୍ବାର୍ ଦାର୍ଲା, "ମର୍ତେଇଅନି ନେଇ ରଇଲା ସବୁ ଡାବୁ ବାଉଡାଇ ଦେ ।"
30 ମାତର୍ ପର୍ତୁମ୍ ଲକ୍, ସେ ଗୁଆରି କଲାଟା ସୁନେ ନାଇ, ରୁନ୍ ସୁଜ୍ବା ଜାକ ତାକେ ବନ୍ଦି ଗରେ ପୁରାଇ ସଙ୍ଗଇବାକେ ତିଆର୍ଲା ।