25 ୨୦:୨୫ ଲୁକ୍ ୨୨:୨୫,୨୬ଜିସୁ ସିସ୍ମନ୍କେ ଗଟେକ୍ଟାନେ ଟୁଲ୍କରି କଇଲା, "ତମେତା ଜାନାସ୍ ଏ ଦୁନିଆର୍ ରାଜାମନ୍ ବିନ୍ ଲକ୍ମନ୍କେ ନିଜର୍ ଅଦିକାର୍ କରିରଇବାଇ । ବଡ୍ ବଡ୍ ନେତାମନ୍ ମିସା ବିନ୍ ଲକ୍ମନ୍କେ ସାସନ୍ କର୍ବାଇ । 26 ୨୦:୨୬ ମାତିଉ ୨୩:୧୧; ମାର୍କ ୯:୩୫; ଲୁକ୍ ୨୨:୨୬ମାତର୍ ତମେ ସେନ୍ତାର୍ ଉଆନାଇ । ତମର୍ ବିତ୍ରେ ଗଟେକ୍ ଲକ୍ ବଡ୍ ଅଇବାକେ ମନ୍ କଲାନି ବଇଲେ, ସେ ସବୁଲକର୍ ସେବା କର୍ବାର୍ ଆଚେ ।
Publicidade