ମରିକରି ଉଟ୍ବା ବିସଇନେଇ ପର୍ସନ୍
23 ୨୨:୨୩ ପେରିତ୍ ୨୩:୮ ସେ ଦିନେ ସାଦୁକି ଦଲର୍ କେତେ ଲକ୍ ଜିସୁର୍ ଲଗେ ଆଇଲାଇ । ସାଦୁକିମନ୍ ମରିଗାଲେ ଆରି ତରେକ୍ ଉଟି ନଏଁ ବଲି ବିସ୍ବାସ୍ କର୍ତେ ରଇଲାଇ । 24 ସେମନ୍ ଜିସୁକେ ପାଚାର୍ଲାଇ, "ଏ ଗୁରୁ, ଜଦି ଗଟେକ୍ ଲକ୍ ପିଲାଟକି ନ ଅଇତେ ମରିଜାଇସି, ତେବେ ମରିଜାଉର୍ ବାଇ ସେ ରାଣ୍ଡି ମାଇଜିକେ ସଙ୍ଗଇସି । ଆରି ତାକର୍ ଟାନେଅନି ଅଇଲା ପିଲାଜିଲା ସେ ମଲା ଲକର୍ପାଇ ଅଇସି ବଲି ମସା ନିୟମ୍ କଲା ଆଚେ । 25 ଗଟେକ୍ କାତା ସୁନା । ଇତି ଆମର୍ ବିତ୍ରେ ସାତ୍ବାଇ ରଇଲାଇ । ବଡ୍ ବାଇ ପିଲାଜିଲା ନ ଅଇତେ ମରିଗାଲାଜେ ତାର୍ ପିଟିର୍ ବାଇ ତାର୍ ବଉକେ ସଙ୍ଗଇଲା । 26 ମାତର୍ ବଡ୍ମଜିଆ, ମଜିଆ, ସାନ୍ମଜିଆ ଏନ୍ତି ଅଇକରି ସାରାସାରି ସାନର୍ ଦସା ମିସା ଏନ୍ତି ଅଇଲା । 27 ସାରାସାରି ପଚେ ସେ ମାଇଜି ମିସା ମରିଗାଲା । 28 ଜେବେ ମଲା ଲକ୍ମନର୍ ଉଟ୍ବା ଦିନ୍ ଆଇସି, ତେବେ ଏ ମାଇଜି କାର୍ ମାଇଜି ଅଇସି ? ସବୁ ଲକ୍ସେ ତାକେ ସଙ୍ଗଇ ରଇଲାଇ ।"
29 ଜିସୁ ସେମନ୍କେ କଇଲା, "ତମେ କେତେକ୍ ବୁଲ୍ ବିସଇ ବାବ୍ବା ଲକ୍ମନ୍ ! ଦରମ୍ ସାସ୍ତରେ ପର୍ମେସରର୍ ବପୁ ବିସଇ ସମାନ୍ ଇସାବେ ଚିନ୍ତା କରାସ୍ ନାଇଜେ, ତମେ ଏ କାତା ପାଚାର୍ଲାସ୍ନି ।" 30 ମରିକରି ଉଟ୍ଲା ପଚେ, ମଲା ଲକ୍ମନ୍ ସରଗର୍ ଦୁତ୍ମନର୍ ପାରା ଅଇଜିବାଇ । ସେମନ୍ ଆରି ବିବା ନ ଅଅତ୍ କି ନ କରତ୍ । 31 ମଲା ଲକ୍ମନ୍ ଆରି ତରେକ୍ ଉଟ୍ବା ବିସଇ, ପରମେସର୍ ଜନ୍ଟା କଇଲା ଆଚେ, ତମେ କାଇ ସାସ୍ତରେ କେବେ ପଡାସ୍ ନାଇ କି ? 32 ପର୍ମେସର୍ କଇଲା ଆଚେ "ଆମେ ଅବ୍ରାଆମର୍, ଇସାକର୍ ଆରି ଜାକୁବର୍ ମାପ୍ରୁ ।"
"ପର୍ମେସର୍ ତା ଜିବନ୍ ରଇଲା ଲକ୍ମନର୍ ମାପ୍ରୁ, ମଲା ଲକ୍ମନର୍ ଅଇନାପାରେ ।"
33 ଲକ୍ମନ୍ ଜିସୁର୍ ସିକାଇବାଟା ସୁନିକରି କାବାଅଇଗାଲାଇ ।