ପାରୁସି ଆରି ଦରମ୍ ଗୁରୁମନର୍ ବିରୁଦେ ଜାଗ୍ରତ୍ କରାଇବାଟା
1 ଜିସୁ ସିସ୍ମନ୍କେ ଆରି ତେଇ ରୁଣ୍ଡି ରଇବା ଲକ୍ମନ୍କେ କଇଲା, 2 "ପାରୁସି ଆରି ଦରମ୍ ଗୁରୁମନ୍କେ ମସାର୍ ନିୟମର୍ ଅରତ୍ ବୁଜାଇ ଦେବାର୍ ଅଦିକାର୍ ଆଚେ । 3 ସେମନ୍ ଜାଇଟା କର୍ବାକେ କଇଲାଇନି, ସେଟା କରା, ମାତର୍ ସେମନ୍ ଜାଇ ଜାଇଟା କଲାଇନି, ସେଟା ଦେକି ସେନ୍ତାରି କରାନାଇ । କାଇକେ ବଇଲେ ସେମନ୍ ନିଜେ ଜନ୍ ସିକିଆ ଦେବାଇ, ତାର୍ ଉଲ୍ଟା କର୍ବାଇ । 4 ସେମନ୍ ତାକର୍ ସିକିଆ ସବୁ ଲକ୍ମନର୍ ପିଟି ଉପ୍ରେ ବେସି ବଜ୍ ପାରା ଲାଦିଦେବାଇ । ମାତର୍ ସେ ସବୁ ବଜର୍ ନିୟମ୍, ଚିନି ଆଙ୍ଗ୍ଟିତେଇ ଉଟାଇବା ଏତ୍କି ମିସା ସାଇଜ ନ କରତ୍ । 5 ୨୩:୫ ମାତିଉ ୬:୧ସେମନ୍ ଲକ୍କେ ଦେକାଇଅଇବାକେ ସବୁ କାମ୍ କର୍ବାଇ । ସାସ୍ତର୍ ପଦ୍ ଲେକାଅଇଲା କେଡେ କେଡେ ବଡ୍ ବଡ୍ ଡଅଁରାମନ୍ କାପାଲେ ଆରି ପଡିଆଇ ବାନ୍ଦିଅଇ ଆଚତ୍ । ଆରି ଦେକା, ସେମନର୍ ବସ୍ତରର୍ ଜାଲି କେତେକ୍ ଡେଙ୍ଗ୍ । 6 ସେମନ୍ ବଜିମନ୍କେ ମୁକିଅ ଜାଗାଇ ଆରି ପାର୍ତନା ଗରେ ବାଚିଅଇରଇଲା ଜାଗା ଅଦିକାର୍ କର୍ବାକେ ମନ୍ କର୍ବାଇ । 7 ଆଟେ ବାଟେ ଆରି ଦୁକାନେ ଲକ୍ମନ୍ ସେମନ୍କେ ମାନିକରି ଜୁଆର୍ କରତ୍ ଆରି ‘ଗୁରୁ’ ବଲି ଡାକତ୍, ଏନ୍ତାରି ସେମନ୍ ମନ୍ କର୍ବାଇ ।