ଦୁକ୍ ଆରି କସ୍ଟ
3 ଜିସୁ ଜିତ୍ ନାଉଁର୍ ଡଙ୍ଗର୍ ଉପ୍ରେ ବସିରଇଲା ବେଲେ, ତେଇ କେ ନ ରଇଲା ବେଲେ, ସିସ୍ମନ୍ ଆସି ତାକେ ପାଚାର୍ଲାଇ, "ଏ ସବୁଜାକ କେବ୍କେ ଅଇସି ଆମ୍କେ କୁଆ କାଇ ଗଟ୍ନା ଗଟ୍ଲେ ଆମେ ଜାନିପାର୍ବୁ ଜେ ତମର୍ ଆଇବା ବେଲା ଅଇଲାନି ଆରି ଏ ଜୁଗ୍ ସେସ୍ ଅଇସି ବଲି ?"
। 4 ଜିସୁ କଇଲା, "ଜାଗ୍ରତ୍ଅଇକରି ରୁଆ, ଜେନ୍ତିକି କେ ମିସା ତମ୍କେ ନ ନାଡାଅତ୍ । 5 କେତେ କେତେ ଲକ୍ମନ୍ ମର୍ ନାଉଁ ଦାରି ଆସି କଇବାଇ, ‘ମୁଇ ଆକା କିରିସ୍ଟ ମସିଅ ।’ ସେମନ୍ ଏନ୍ତାର୍ କଇ କେତେ କେତେ ଲକ୍ମନ୍କେ ନାଡାଇବାଇ । 6 ତମର୍ ଲଗେ ଅଇତେ ରଇବା ଜୁଇଦର୍ କିଲ୍ବିଲ୍ ଅଇବାଟା ସୁନ୍ସା ଆରି ଦୁରିକେ ଅନି ଅଇତେ ରଇବା ଜୁଇଦର୍ କବର୍ ଜାନ୍ସା । ମାତର୍ ଡରାନାଇ, ବାଇଦରେ ଏନ୍ତି ଗଟ୍ନା ଅଇସି । ମାତର୍ ଏଟାର୍ ଅରତ୍ ନଏଁ ଜେ, ଜୁଗ୍କାଲ୍ କେଟିଗାଲା ।