ସେ ଆଇବା ବେଲା କେ ମିସା ନାଜାନତ୍
36 "ସେ ଦିନ୍, ସେ ବେଲା କେବେ ଆଇସି, କେ କଇନାପାରତ୍ । ପର୍ମେସରର୍ ପିଲା ମୁଇ ମିସା କି ସରଗର୍ ଦୁତ୍ମନ୍ ମିସା ସେ କାତା ନାଜାନତ୍, ବାବା ପର୍ମେସର୍ ଆକା ଜାନିଆଚେ । 37 ନଅର୍ ବେଲେ ଜେନ୍ତାରି ଗଟିରଇଲା, ସମାନ୍ ସେନ୍ତାରିସେ ନର୍ପିଲା ମୁଇ ଆଇବା ବେଲା ମିସା । 38 ପୁର୍ତିବି ଉପ୍ରେ ପାନି ବର୍ତି ଅଇବାବେଲେ ଅନି ନଅ ପାନିଜାଜେ ପୁର୍ବା ଜାକ, ଲକ୍ମନ୍ କାଆ ପିଇ ଅଇ ବିବା କାମେ ତେରେପେତେ ଅଇରଇଲାଇ । 39 ପାନିତେଇ ସେମନ୍ ବଅଁଲି ଜିବା ଜାକ, କାଇଟା ଅଇଲାନି, ଜାନି ନ ରଇଲାଇ । ନର୍ପିଲା ମୁଇ ଆଇବା ବେଲେ ସମାନ୍ ସେନ୍ତାରି ଅଇସି ।