42 ସେନ୍ତି ବଇଲେ ତମେ ଜାଗ୍ରତ୍ ଅଇ ରୁଆ, କାଇକେ ବଇଲେ ତମର୍ ମାପ୍ରୁ କେଡେବେଲା ଆଇସି, ତମେ ନାଜାନାସ୍ । 43 ୨୪:୪୩ ଲୁକ୍ ୧୨:୩୯,୪୦କେଡେବଲ୍ ଚର୍ ପୁର୍ସି ବଲି ଜାନିରଇଲେ, ଗର୍ ସାଉକାର୍ ଜାଗ୍ରତ୍ ରଇ ଚର୍କେ ଗରେ ପୁର୍ବାକେ ନ ଦେଏ । 44 ତମେ ମିସା ସବୁବେଲେ ଜାଗ୍ରତ୍ ରଇକରି ତିଆର୍ ଅଇ ରୁଆ । କାଇକେ ବଇଲେ ତମେ ଜାଗି ନ ରଇଲା ବେଲେସେ ନର୍ପିଲା ମୁଇ ଉଟିଆଇବି ।
Publicidade