38 ସେମନ୍କେ କଇଲା, "ଦୁକ୍ ଅଇ ମର୍ ଜିବନ୍ ଚିଡିଗାଲା ପାରା ଲାଗ୍ଲାନି । ଇତି ତମେ ମକେ ଜାଗିରୁଆ ।"
39 ଜିସୁ ତାକର୍ ଟାନେଅନି କଣ୍ଡେକ୍ ଦୁରିକେ ଜାଇ ବୁଏଁ ଉମ୍ତାଡିଅଇ ପାର୍ତନା କଲା, "ବାବା ଜଦି ଅଇସି ବଇଲେ ଏ ଦୁକ୍ ପୁରୁନର୍ ମୁତା ମର୍ଟାନେଅନି ଦାରି ଜା, ମାତର୍ ମୁଇ ମନ୍ କଲାଟା ନଏଁ, ତମେ ମନ୍ କଲାଟା ପୁରାପୁରୁନ୍ ଅ ।"