51 ସେଡ୍କି ବେଲେ ମନ୍ଦିରେ ଜୁଲ୍ତେ ରଇବା ପାର୍ଦା ଉପ୍ରେଅନି ତଲେ ଜାକ ଦୁଇ ଗନ୍ଦାଅଇ ଚିରିଅଇଗାଲା । ଦର୍ତନି ଚୁଲ୍ବୁଲି ପାକ୍ନାମନ୍ ସବୁ ପୁଟିଗାଲା 52 ଆରି କବର୍ ଦେଇରଇବା କାଲ୍ମନ୍ ଉଗାଡିଅଇ କେତେକ୍ କେତେକ୍ ପର୍ମେସରର୍ ଦରମ୍ ଲକ୍ମନ୍ ଆରିତରେକ୍ ଜିବନ୍ ଅଇ ଉଟ୍ଲାଇ । 53 ସେମନ୍ କବର୍ ଦେଇରଇବା କାଲେଅନି ଉଟି ଆଇଲାଇ । ଜିସୁ ଆରିତରେକ୍ ଉଟ୍ଲା ପଚେ ଲକ୍ମନ୍, ଏମନ୍କେ ସୁକଲ୍ ଜାଗା ଜିରୁସାଲମେ ଜିବାଟା ଦେକ୍ଲାଇ ।
54 ଦର୍ତନି ଚୁଲ୍ବୁଲି ବିନ୍ ବିନ୍ ଗଟ୍ନା ଅଇବାଟା ଦେକି, ଜିସୁକେ ଜାଗିରଇବା ସନିଅମନର୍ ମୁକିଅ ଆରି ବିନ୍ ସନିଅମନ୍ ଡରିଗାଲାଇ । ସେମନ୍ କଇଲାଇ, "ସତଇସେ ଏ ନିଜେ ପର୍ମେସରର୍ ପଅ ଆକା !"