63 ୨୭:୬୩ ମାତିଉ ୧୬:୨୧;୧୭:୨୩;୨୦:୧୯; ମାର୍କ ୮:୩୧;୯:୩୧;୧୦:୩୩,୩୪; ଲୁକ୍ ୯:୨୨;୧୮:୩୧-୩୩"ଆଗିଆଁ, ସେ ବେସି ମିଚୁଆଟା । ବଁଚିରଇଲାବେଲେ ‘ମୁଇ ତିନ୍ଦିନ୍ ପଚେ ଆରିତରେକ୍ ଉଟ୍ବି’ ବଲି କଇତେ ରଇଲା । ଏଟା ଆମର୍ ମନେ ଆଚେ । 64 ତେବର୍ ପାଇ ତିନ୍ ଦିନ୍ ଜାକ ତାକେ କବର୍ ଦେଲାଟାନେ ଜାଗୁଆଲ୍ ଦାର୍ବାକେ ଆଦେସ୍ ଦିଆସ୍ । ସେନ୍ତି କଲେ ତାର୍ ସିସ୍ମନ୍ ତାର୍ ଗାଗଡ୍ ଚରାଇନେଇ ସେ ଜିବନ୍ ଅଇକରି ମଲାତେଇଅନି ଉଟ୍ଲା ବଲି କଇନାପାରତ୍ ।" ସେମନର୍ ଏନ୍ତାରି ମିଚ୍ କାତା ଜାନାଇବାଟା ସବୁର୍ଟାନେଅନି ଅଦିକ୍ କେତି ଅଇସି ।