ସଇତାନ୍ ଜିସୁକେ ପରିକା କର୍ବାଟା
1 ୪:୧ ଏବ୍ରି ୨:୧୮;୪:୧୫ ତାର୍ପଚେ ସୁକଲ୍ଆତ୍ମା ଜିସୁକେ ମରୁବାଲି ବୁଏଁ ଡାକିନେଲା । ତେଇ ସଇତାନ୍ ତାକେ ପରିକା କଲା । 2 ଜିସୁ ଚାଲିସ୍ ଦିନ୍ ଚାଲିସ୍ ରାତି ଉପାସ୍ ରଇକରି ବିତାଇଲା ପଚେ, ତାକେ ବେସି ବୁକ୍ କଲା । 3 ସେଡ୍କିବେଲେ ସଇତାନ୍ ତାର୍ ଲଗେ ଆସି କଇଲା "ତୁଇ ଜଦି ପର୍ମେସରର୍ ପଅ, ତେବେ ଏ ପାକ୍ନାମନ୍ ‘ରୁଟି ଅଇଜା’ ବଲି ଆଦେସ୍ ଦେସ୍ ।"
4 ମାତର୍ ଜିସୁ କଇଲା, "ସାସ୍ତରେ ଲେକାଆଚେ ମୁନୁସ୍ ଅବ୍କା ରୁଟି କାଇକରି ନ ବଁଚେ, ମାତର୍ ପର୍ମେସରର୍ ଟଣ୍ଡେ ଅନି ବାରଇବା ସବୁ ବାକିଅ ଟାନେ ବଁଚ୍ସି ।" 5 ତେଇଅନି ସଇତାନ୍ ଜିସୁକେ ସୁକଲ୍ ଗଡ୍ ଜିରୁସାଲାମ୍ ଡାକିନେଲା । ତେଇ ତାକେ ମନ୍ଦିର୍ ଟିପେ ଟିଆ କରାଇ କଇଲା, 6 "ତୁଇ ଜଦି ପର୍ମେସରର୍ ପଅ, ତେବେ ଇତିଅନି ତଲେ ଡେଗଇ ଦେସ୍, ସାସ୍ତରେ ଲେକା ଆଚେ,
"ପର୍ମେସର୍ ତାର୍ ଦୁତ୍ମନ୍କେ ତର୍ ବିସଇନେଇ ଆଦେସ୍ ଦେଇସି,
ଆରି ସେମନ୍ ତକେ ଆତେ ଦାରି ଟେକ୍ବାଇ ।
ତେବେ ତର୍ ଗଡେ ପାକ୍ନା ନ ପାଏ ।"
7 ଜିସୁ ସଇତାନ୍କେ କଇଲା, " ପର୍ମେସରର୍ ସାସ୍ତରେ ଏନ୍ତି ଲେକାଆଚେ, ତୁଇ ତର୍ ମାପ୍ରୁ ପର୍ମେସର୍କେ ପରିକା କର୍ନାଇ ।"
8 ତାର୍ ପଚେ ସଇତାନ୍ ଜିସୁକେ ବେସି ଉଁଚ୍ ରଇବା ଗଟେକ୍ ଡଙ୍ଗର୍ ଟିପେ ଡାକି ଦାରିଗାଲା । ଆରି ଦୁନିଆର୍ ସବୁ ରାଇଜର୍ ଦନ୍ ସଁପତି ଦେକାଇ କଇଲା, 9 "ତୁଇ ଜଦି ମକେ ମାଣ୍ଡିକୁଟା ଦେଇ ଜୁଆର୍ କର୍ସୁ ବଇଲେ ମୁଇ ଏ ସବୁ ତକେ ଦେଇପାକାଇବି ।"
10 ତେଇ ଜିସୁ ତାକେ କଇଲା "ମର୍ଟାନେଅନି ଦୁର୍ ଅ ସଇତାନ୍, ସାସ୍ତରେ ଲେକା ଆଚେ, ତୁଇ ପର୍ମେସର୍କେ ଜୁଆର୍ କର୍ସୁ, ଆରି ତାକେସେ ସେବା କର୍ସୁ ।" 11 ତାର୍ପଚେ ସଇତାନ୍ ଜିସୁକେ ଚାଡି ବାରିଗାଲା, ଆରି ଏଦେ ଦେକା ! ସରଗର୍ ଦୁତ୍ମନ୍ ଆସି ଜିସୁକେ ସେବା କର୍ବାର୍ ଦାର୍ଲାଇ ।