କେନ୍ତାର୍ ଲକ୍ମନର୍ ନିକ କରମ୍
3 "ଜନ୍ ଲକ୍ମନ୍ ଆତ୍ମାଇ କାକୁର୍ତି ଅଇଆଚତ୍, ସେମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସରଗ୍ ରାଇଜ୍ ତାକର୍ଟା ।"
4 ଦୁକେ ରଇବା ଲକ୍ମନର୍ କେଡେକ୍ ନିକ କରମ୍,
କାଇକେବଇଲେ ପର୍ମେସର୍ ସେମନର୍ ଦୁକ୍ ସାରାଇସି ।
5 ସୁଆଲେ ରଇବା ଲକ୍ମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସେମନ୍ ପର୍ମେସର୍ ସପତ୍ କରିରଇବା ବିସଇ ମିଲାଇବାଇ ।
6 ଜନ୍ ଲକ୍ମନ୍ ପର୍ମେସରର୍ ମନ୍ କଲା ଇସାବେ କାମ୍ କର୍ବାକେ ଆସା କର୍ବାଇ, ତାକର୍ କେଡେକ୍ ନିକ କରମ୍,
କାଇକେବଇଲେ ପର୍ମେସର୍ ସେମନ୍କେ ସାର୍ଦା କୁରାଇସି ।
7 ବିନ୍ ଲକ୍ମନ୍କେ ଦୟା ଦେକାଇବା ଲକ୍ମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସେମନ୍କେ ପର୍ମେସର୍ ଦୟା କର୍ସି ।
8 ମନ୍ ବିତ୍ରେ ନିର୍ମଲ୍ ରଇଲା ଲକ୍ମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସେମନ୍କେ ପର୍ମେସରର୍ ଦର୍ସନ୍ ମିଲ୍ସି ।
9 ସାନ୍ତିର୍ ପାଇ କାମ୍ କର୍ବା ଲକ୍ମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସେମନ୍ ପର୍ମେସରର୍ ପିଲାଟକି ବଲି ନାମାଇ ଅଇବାଇ ।
10 ୫:୧୦ ୧ ମ ପିତର୍ ୩:୧୪ ଜନ୍ ଲକ୍ମନ୍ ପର୍ମେସରର୍ ମନ୍ କଲା ଇସାବେ କାମ୍ କରି ଦୁକ୍ କସ୍ଟ ପାଇବାଇ, ସେମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସରଗ୍ ରାଇଜ୍ ତାକର୍ଟା ।
11 ୫:୧୧ ୧ ମ ପିତର୍ ୪:୧୪ "ମକେ ବିସ୍ବାସ୍ କର୍ବାର୍ ଲାଗି ତମ୍କେ ଲକ୍ମନ୍ ନିନ୍ଦା ଆରି କସ୍ଟ ଦେବାଇ, ଆରି ଚୁଚାଇ ତମର୍ ବିରୁଦେ ମିଚ୍ କାତା କଇବାଇ, ନିଜ୍କେ କେଡେ କରମର୍ ଲକ୍ ବଲି ମନେ କରା । 12 ୫:୧୨ ପେରିତ୍ ୭:୫୨ସାର୍ଦା ଅଇ ସାର୍ଦାଇ ରୁଆ, କାଇକେବଇଲେ ସର୍ଗେ ତମର୍ ପାଇ ବଡ୍ ପୁରୁସ୍କାର୍ ସଙ୍ଗଇଲା ଆଚେ । ମନେରକା ସେନ୍ତାରି ତମର୍ ଆଗ୍ତୁ ରଇଲା ବବିସତ୍ବକ୍ତାମନ୍ ମିସା ଦୁକ୍ପାଇ ରଇଲାଇ ।"