ସତ୍ରୁକେ ଆଲାଦ୍ କରା
43 "ମଇତର୍କେ ଆଲାଦ୍ କରା ଆରି ତମର୍ ସତ୍ରୁକେ ଗିନ୍ କରା । ଏ ସିକିଆ ତମେ ପୁର୍ବେଅନି ସୁନି ଆଚାସ୍ । 44 ମାତର୍ ମୁଇ ତମ୍କେ କଇଲିନି, ସତ୍ରୁମନ୍କେ ଆଲାଦ୍ କରା, ଜନ୍ ଲକ୍ ତମ୍କେ କସ୍ଟ ଦେଲାଇନି, ତାକର୍ପାଇ ପାର୍ତନା କରା । 45 ଏଟା କଲେ ସରଗର୍ ପର୍ମେସରର୍ ପିଲା ବଲି ଚିନାପଡ୍ସା । କାଇକେ ବଇଲେ ପର୍ମେସର ବଲ୍ କାରାପ୍ ଦୁଇ ଲକର୍ ପାଇ ମିସା ବେଲର୍ ଉଜଲ୍ ଦେଲାନି, ଆରି ଦରମ୍ ରଇବା, ଦରମ୍ ନ ରଇବା ସବୁର୍ ଉପ୍ରେ ବର୍ସା ମାରାଇଲାନି । 46 ତେବେ, ତମ୍କେ ଆଲାଦ୍ କର୍ବା ଲକ୍କେ ଆଲାଦ୍ କଲେ, ପର୍ମେସର୍ ତମ୍କେ କାଇକେ ପୁରୁସ୍କାର୍ ଦେଇସି ? ସିସ୍ତୁ ମାଙ୍ଗ୍ବା ଲକ୍ମନ୍ ମିସା ସେନ୍ତି କର୍ବାଇ । 47 ତମେ ଜଦି ନିଜର୍ ନିଜର୍ ବାଇମନ୍କେସେ ଜୁଆର୍ କର୍ସା, ତେବେ ଆରି ଅଦିକ୍ କାଇଟା କଲାସ୍ନି ? ବିସ୍ବାସ୍ ନକଲା ଲକ୍ମନ୍ ମିସା ସେଟା କର୍ବାଇ । 48 ସେଟାର୍ ପାଇ ତମର୍ ସରଗର୍ ବାବା ଜେନ୍ତାର୍ ସିଦ୍, ତମେ ମିସା ସେନ୍ତାର୍ ସିଦ୍ ଅଇବା ଦର୍କାର୍ ।"