3 ତମର୍ ଆଁକିତେଇ ବଡ୍ କାଚ୍ରା ରଇଲେ ମିସା, କାଇକେ ତମର୍ ବାଇର୍ ଆଁକିଟାନେ ରଇବା କାଚ୍ରା, ନିକସଙ୍ଗ୍ ଦେକ୍ଲାସ୍ନି ? 4 ନିଜର୍ ଆଁକିତେଇ ବଡ୍ କାଚ୍ରା ରଉରଉ ତମେ କାଇ ସାଆସେ ତମର୍ ବାଇର୍ ଆଁକିତେଇ ରଇବା କାଚ୍ରା ବାର୍କରାଇ ଦେବି ବଲି କଇଲାସ୍ନି ? 5 ଏରେ କୁଟିଆଲ୍ମନ୍ ! ଆଗେ ନିଜର୍ ଆଁକିତେଇ ରଇଲା କାଚ୍ରା ବାର୍କରାଇ ପାକା, ତାର୍ ପଚେ ନିଜର୍ ବାଇର୍ ଆଁକିତେଇ ରଇବା କାଚ୍ରା ବାର୍କରାଇବାକେ ନିମାନ୍ କରି ଦେକି ପାରାସ୍ ।