23 ତାର୍ ପଚେ ଜିସୁ ଜିଉଦିମନର୍ ପାର୍ତନା ଗରର୍ ମୁକିଆର୍ ଗରେ କେଟ୍ଲା । ତେଇ ଦନ୍କର୍ବାକେ ଆସି ରଇଲା ଲକ୍ମନ୍, ଆରି ବାଜ୍ନିଆମନ୍ କାନ୍ଦାବୁବା ଅଇବାଟା ଦେକି, 24 ଜିସୁ କଇଲା, "ସବୁ ଲକ୍ ଇତିଅନି ବାରଇଜା । ଏ ଟକିତା ମରେନାଇ, ସଇଆଚେ ।" ତାର୍ କାତା ସୁନି ତେଇ ରଇଲା ଲକ୍ମନ୍ ତାକେ କିଜାଇବାର୍ ଦାର୍ଲାଇ । 25 ମାତର୍ ଲକ୍ମନ୍କେ ବାର୍କଲା ପଚେ ଜିସୁ ବାକ୍ରାଇ ଜାଇ ଟକିର୍ ଆତେ ଦାରି ତାକେ ଉଟାଇଲା । ଟକି ଦାପ୍ରେ ଉଟିକରି ଟିଆଅଇଲା ।