ଗଟେକ୍ ଗୁଲା ଅଇଲା ଲକ୍ କାତା ଅଇ ପାର୍ଲା
32 ଜିସୁ ଆରି ତାର୍ ସିସ୍ମନ୍ ସେ ଗରେଅନି ବାରଇ ଗାଲାବେଲେ କେତେଟା ଲକ୍ମନ୍ ଗଟେକ୍ ଗୁଲା ଲକ୍କେ ତାର୍ ଲଗେ ଆନ୍ଲାଇ । ତାକେ ଡୁମାଦାରିରଇଲାକେ ସେ ଗୁଲା ଅଇଜାଇରଇଲା । 33 ଜିସୁ ଡୁମାକେ ସେ ଲକର୍ତେଇଅନି କେଦ୍ଲା ପଚେ ସେ କାତାଅଇବାର୍ ଦାର୍ଲା । ଆରି ତେଇ ରଇଲା ଲକ୍ମନ୍ କାବାଅଇଜାଇ କଇଲାଇ । "ଇସ୍ରାଏଲ୍ ଦେସେ ଏନ୍ତାରି ଗଟ୍ନା ଆମେ କେବେ ଦେକି ନ ରଇଲୁ ।"