ସାସନ୍ କରୁମନ୍କେ ନାମ୍ବାଟା
1 ସାସନ୍କାରିଆମନର୍ କାତା ସବୁ ଲକ୍ ମାନ୍ବାକେ ବାଦିଅ, କାଇକେବଇଲେ ପରମେସର୍ ଆଦେସ୍ ନ ଦେଲେ କେ ମିସା ସାସନ୍ କର୍ବାକେ ଅଦିକାର୍ ନ ପାଏ । ଗାଦିଟାନେ ରଇଲା ସାସନ୍କାରିଆମନ୍କେ ପରମେସର୍ ବସାଇଲା ଆଚେ । 2 ସେଟାର୍ ପାଇ ଜେ ଗାଦିତେଇ ବସ୍ଲା ସାସନ୍କାରିଆମନ୍କେ ବିରଦ୍ କର୍ସି, ସେ ପରମେସର୍ ତିଆର୍କଲା ଗାଦିର ବିରଦ୍ କଲାନି । ଜେ ଏଟା କର୍ସି ସେ ପର୍ମେସରର୍ ବିଚାର୍ନା ଜାଗାଇ ଟିଆଅଇସି ।