ସାସନ୍ କରୁମନ୍କେ ନାମ୍ବାଟା
1 ସାସନ୍କାରିଆମନର୍ କାତା ସବୁ ଲକ୍ ମାନ୍ବାକେ ବାଦିଅ, କାଇକେବଇଲେ ପରମେସର୍ ଆଦେସ୍ ନ ଦେଲେ କେ ମିସା ସାସନ୍ କର୍ବାକେ ଅଦିକାର୍ ନ ପାଏ । ଗାଦିଟାନେ ରଇଲା ସାସନ୍କାରିଆମନ୍କେ ପରମେସର୍ ବସାଇଲା ଆଚେ । 2 ସେଟାର୍ ପାଇ ଜେ ଗାଦିତେଇ ବସ୍ଲା ସାସନ୍କାରିଆମନ୍କେ ବିରଦ୍ କର୍ସି, ସେ ପରମେସର୍ ତିଆର୍କଲା ଗାଦିର ବିରଦ୍ କଲାନି । ଜେ ଏଟା କର୍ସି ସେ ପର୍ମେସରର୍ ବିଚାର୍ନା ଜାଗାଇ ଟିଆଅଇସି । 3 ଆମର୍ ଚଲାଚଲ୍ତି ସତ୍ ରଇଲେ ସାସନ୍କାରିଆକେ ଡର୍ବାର୍ ଦର୍କାର୍ ନାଇ । କାରାପ୍ ରଇଲେ ଡର୍ବାର୍ ଆଚେ । ସାସନ୍କାରିଆମନ୍କେ ତମେ ଡର୍ବାକେ ମନ୍ କରାସ୍ ନାଇ, ସେନ୍ତାର୍ଆଲେ ନିକ କାମ୍ କରା ଆରି ସେମନ୍ ତମ୍କେ ନାମ୍ବାଇ । 4 ସେମନ୍ ପର୍ମେସରର୍ ଗତିଦାଙ୍ଗ୍ଡାମନ୍ ଆରି ତମର୍ ନିକପାଇସେ କାମ୍ କଲାଇନି । ତମେ ଜଦି କାରାପ୍ କାମ୍ କର୍ତେରଇସା, ତେବେ ସେମନ୍କେ ଡର୍ବାର୍ ଆଚେ । କାଇକେବଇଲେ ତମ୍କେ ଡଣ୍ଡ୍ ଦେବାକେ ତାକର୍ ଅଦିକାର୍ ଆଚେ । ସେମନ୍ ପର୍ମେସରର୍ ଗତିଦାଙ୍ଗ୍ଡା ଆରି ଜେତ୍କି ଲକ୍ କାରାପ୍ କାମ୍ କର୍ତେରଇବାଇ, ସେମନ୍କେ ପର୍ମେସର୍ ଡଣ୍ଡ୍ ଦେବାଇ । 5 ସେଟାର୍ପାଇଁ ତମେ ସାସନ୍କାରିଆମନର୍ କାତା ମାନ୍ବାର୍ ଆଚେ । ଉଜେ ପରମେସରର୍ ଡଣ୍ଡ୍ ଡରିକରି ନାଇ, ମାତର୍ ନିଜର୍ ବୁଦିସଙ୍ଗ୍ ଏଟା ଟିକ୍ କାମ୍ ବଲି ଜାନିକରି ମିସା ଏଟା କର୍ବାର୍ ଆଚେ ।
6 ୧୩:୬ ମାତିଉ ୨୨:୨୧; ମାର୍କ ୧୨:୧୭; ଲୁକ୍ ୨୦:୨୫ ଏଟାର୍ପାଇ ତମେ ସିସ୍ତୁ ମିସା ଦେଲାସ୍ନି, କାଇକେବଇଲେ ସାସନ୍କାରିଆମନ୍ ଟିକ୍ସଙ୍ଗ୍ କାମ୍ କଲାବେଲେ ପରମେସରର୍ ସେବା କର୍ତେ ରଇବାଇ । 7 ସେଟାର୍ ପାଇ ସେମନ୍ ଜେତ୍କି ପାଇବାର୍ ଆଚେ ସେଟା ସେମନ୍କେ ଦେଇଦିଆସ୍ । ତମେ ସିସ୍ତୁ କି ଅଡି ଜାଇଟା ଦେବାର୍ ଆଚେ, ସେଟା ବାନ୍ଦିଦିଆସ୍ ଆରି ସେମନ୍କେ ନାମିକରି ସନ୍ମାନ୍ କରା ।